ଘାଟିରେ ଅପରେସନ ଅଲଆଉଟ୍: ସୋପିଆନ ଏନକାଣ୍ଟରରେ ଟଳିଲେ ୬ ଆତଙ୍କବାଦୀ, ୭୨ ଘଂଟାରେ ୧୨ ଆତଙ୍କୀ ସଫା

82

କନକ ବ୍ୟୁରୋ: ଜମ୍ମୁକଶ୍ମୀରରେ ଅପରେସନ ଅଲଆଉଟକୁ ମଳିଛି ବଡ ସଫଳତା । ମାତ୍ର ୭୨ ଘଂଟା ଭିତରେ ୧୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସଫା କରିବାରେ ସଫଳ ହୋଇଛି ସେନା । ଗୁରୁବାର ଅନନ୍ତନାଗରେ ୬ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ଆଜି ସୋପିଆଁ ଜିଲ୍ଳାରେ ଆଉ ୬ଜଣଙ୍କୁ ଏନକାଉଁଟର କରିଛି ସୁରକ୍ଷାବାହିନୀ ।

ସୋପିଆଁ କପରାନ ବାଟଗୁଂଟ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇର୍ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲା ସୁରକ୍ଷାବଳ । ତାପରେ ଯବାନଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଦେଇଥିଲେ ଆତଙ୍କବାଦୀ । ଏହାର ପାଲଟାଜବାବ ଦେଇଥିଲା ସେନା । ସେନା ଗୁଳିମାଡରେ ଲସ୍କର-ଇ-ତୋଇବାର ଜିଲ୍ଲା କମାଣ୍ଡର ମୁସ୍ତାଫା ମୀର ହିଜବୁଲର ଡେପୁଟି ଜିଲ୍ଲା କମାଣ୍ଡର ଓସିମ ବାଗେ ଓ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।