କନକ ବ୍ୟୁରୋ: ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲେ ୫ ଜଣ କୁଖ୍ୟାତ ଅପରାଧୀ । ପୁରୀ ବାସେଳିସାହି ପୋଲିସ୍ ଏମାନଙ୍କୁ ଧରିଛି । ଅପରାଧୀମାନେ ବାସେଳିସାହି ଥାନା ମଙ୍ଗଳାଘାଟ କଲ୍ୟାଣ ମଣ୍ଡପର ତଳ ମହଲାରେ ଡକାୟତି ଯୋଜନା କରୁଥିଲେ । ସେମାନଙ୍କ ନିକଟରୁ ଦୁଇଟି ବୋମା ସହ ବିଭିନ୍ନ ମାରଣାସ୍ତ୍ର୍ ଜବତ ହୋଇଛି । ଗିରଫ ହୋଇଥିବା ୫ ଜଣଙ୍କ ବିରୋଧରେ ପୂର୍ବରୁ ହତ୍ୟା ଓ ରାହାଜାନୀ ଭଳି ଅଭିଯୋଗ ରହିଛି ।