ଦାର୍ଜିଲିଂରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା କାର । ୫ ଓଡିଆ ମୃତ, ୩ ଜଣ ଆହତ

ଗାଙ୍ଗଟକରୁ ଦାର୍ଜିଲିଂ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା

523

କନକ ବ୍ୟୁରୋ: କରୋନାର ଭୟବହତା ଭିତରେ ପଶ୍ଚିମ ବଙ୍ଗର ଦାର୍ଜିଲିଂରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣ ଓଡିଆ ଯାତ୍ରୀ ପ୍ରାଣ ହରାଇଛନ୍ତି । ଗାଙ୍ଗଟକରୁ ଦାର୍ଜିଲିଂ ଯାଉଥିବା ବେଳେ ଭାରସାମ୍ୟ ହରାଇ ପାହାଡରୁ ଖସିପଡିଛି ପର୍ଯ୍ୟଟକ ଗାଡି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସିଲିଗୁଡି ସ୍ଥିତ ନର୍ଥ ବେଙ୍ଗାଲ ମେଡିକାଲ କଲେଜରେ ଭର୍ତି କରାଯାଇଛି । ସମସ୍ତେ ଗୋଟିଏ ପରିବାରର ଏବଂ ସମସ୍ତଙ୍କ ଘର ଓଡିଶାରେ । ମୃତ ୫ ଜଣ ହେଉଛନ୍ତି ଅଭିଜିତ ରଥ, ସୁଲୋଚନା ପଣ୍ଡା, ଶକୁନ୍ତଳା ନନ୍ଦ, ଚନ୍ଦ୍ର ଶେଖର ନନ୍ଦ ଓ ସବିତା ନନ୍ଦ ।

ସାଲେପୁର ଥାନା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ପାଟପୁର ଗାଁର ଏହି ବ୍ୟକ୍ତିମାନେ ଏକାଠି ଦାର୍ଜିଲିଂ ବୁଲିବାକୁ ଯାଇଥିଲେ। ଭାଇ-ଭାଉଜ, ଭଉଣୀ-ଜ୍ବାଇଁ ଓ ସେମାନଙ୍କ ପରିବାରରର ଅନ୍ୟମାନେ ଏକ ବୋଲେରୋରେ ଦାର୍ଜିଲିଂ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି ଶହେ ଫୁଟ୍ ତଳକୁ ଖସି ପଡ଼ିଥିବା କୁହାଯାଉଛି। ମୃତ ଓ ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ସିଲିଗୁଡି ଓ ପରେ କୋଲକାତା ଅଣାଯାଇଛି। ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନେ ତିନିଦିନ ତଳେ ଟ୍ରେନ୍‌ରେ କୋଲକାତା ଯାଇଥିଲେ।