ତେଲେଙ୍ଗାନାରେ ଓଲଟିଲା ଓଡ଼ିଶା ବସ : ଦୁର୍ଘଟଣାରେ ୩ଶିଶୁଙ୍କ ସମେତ ୫ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ

211

ତେଲେଙ୍ଗାନାରେ ଓଲଟିଲା ଓଡ଼ିଶାର ଯାତ୍ରୀବାହୀ ବସ । ୟେଦୁରାପାଲି ଓ ବୋଡଚଗୁଡମ ରାସ୍ତା ମଝିରେ ଘଟିଛି ଦୁର୍ଘଟଣା । ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୨ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ ଭୋର ୪ଟା ସମୟରେ ଭବାନୀପାଟଣାରୁ ବିଜୟୱାଡ଼ା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା ବସ୍ । ବସରେ ୪୦ ଜଣ ଯାତ୍ରୀ ଥିଲେ । ୨୦ରୁ ଅଧିକ ଆହତ ଯାତ୍ରୀଙ୍କୁ ଭଦ୍ରାଚଲମ ମେଡିକାଲରେ ଚିକିତ୍ସା କରାଯାଉଛି । ମୃତକ ୫ଜଣଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ରହିଛି ।