କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ଏଥିରେ ସରକାରୀ ଓ ବିରୋଧ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହା ଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି । ଏହା ଛଡା ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାକୁ ବି ବିରୋଧୀ ଦାବି କରିଛନ୍ତି । ଏହାଛଡା ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି ।

Advertisment

ବିଜେଡି ସମେତ ଏନସିପି ( ସିନ୍ଦେ ଗୋଷ୍ଠୀ) , କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଥିଲେ । ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହସାରିଛନ୍ତି । ଆଜି ପ୍ରଥମ ଦିନ ଅଧିବେଶନ ପୁରୁଣା ପାର୍ଲାମେଣ୍ଟ ଭବନରେ ହେବ । ପ୍ରଥମ ଦିନରେ ପାର୍ଲାମେଣ୍ଟର ୭୫ ବର୍ଷର ଯାତ୍ରା ନେଇ ହେବ ଆଲୋଚନା । ବାକି ୪ ଦିନର ଅଧିବେଶନ ନୂଆ ପାର୍ଲାମେଣ୍ଟ ଭବନରେ ହେବ । ଅଧିବେଶନରେ ୪ଟି ବିଲ ଉପସ୍ଥାପିତ ହେବ । ତେବେ ବିରୋଧୀ ଅଧିବେଶନରେ ସରକାର ଅଲଗା ଏଜେଣ୍ଡା ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ।

 ବିଜେପି ଓ ଅନ୍ୟ ଦଳ ପାଇଁ ମହିଳା ସଂରକ୍ଷଣ ବିଲ୍ ଗୁରୁତ୍ୱପୂର୍ଣ୍ଣ କାହିଁକି ? ବିଲ ପାସ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।

- ମହିଳା ସଂରକ୍ଷଣ ବିଲ ପାସ କରିବାରେ ୨୭ ବର୍ଷରେ ୪ ସରକାର ଫେଲ ମାରିଛନ୍ତି
- ବିଜେପି ଏଜେଣ୍ଡାରେ ମହିଳା ସଂରକ୍ଷଣ ବିଲ୍ ଅଛି
- ବାଜପେୟୀ ସରକାର ସମୟରେ ଏହାକୁ ପାସ କରିବାକୁ ଉଦ୍ୟମ ହୋଇଥିଲା
- ବହୁମତ ଅଭାବରୁ ବିଲ୍ ପାସ ହୋଇପାରିନଥିଲା
-୨୦୧୯ରେ ବିଜେପି ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍ ଥିଲା
- ଉପରାଷ୍ଟ୍ରପତି ବିଲ୍ ପାସ କରିବା ସପକ୍ଷରେ ମତ ଦେଇସାରିଛନ୍ତି
-୨୭ ବର୍ଷ ହେଲା କେବଳ ଚର୍ଚ୍ଚାରେ ଅଛି ବିଲ୍
-୨୦୧୦ରେ ମନମୋହନ ସରକାର ରାଜ୍ୟସଭାରେ ବିଲ୍ ପାସ କରିଥିଲେ
- ଲୋକସଭାରେ ସଂଖ୍ୟା ନଥିବାରୁ ବିଲ୍ ପାସ ହୋଇପାରିନଥିଲା
-୨୦୧୯ ତଥ୍ୟ ଅନୁସାରେ ଦେଶରେ ୪୪ କୋଟି ମହିଳା ଭୋଟର
-୨୦୧୯ ନିର୍ବାଚନରେ ବିଜେପିକୁ ୩୭ ପ୍ରତିଶତ ଓ କଂଗ୍ରେସକୁ ୨୦ ପ୍ରତିଶତ ମହିଳାଙ୍କ ସମର୍ଥନ
- ଲୋକସଭାରେ ବର୍ତମାନ ମାତ୍ର ୭୮ ମହିଳା ସାଂସଦ
- ରାଜ୍ୟସଭାରେ ୨୫୦ ସଦସ୍ୟଙ୍କ ମଧ୍ୟରୁ ମହିଳା ସାଂସଦଙ୍କ ସଂଖ୍ୟା ୩୨
- ମୋଦି କ୍ୟାବିନେଟରେ ମହିଳାଙ୍କ ଭାଗୀଦାରୀ ମାତ୍ର ୫ ପ୍ରତିଶତ
- ଆନ୍ଧ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍
- ୟୁପି,ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଏହି ସଂଖ୍ୟା ୧୫ ପ୍ରତିଶତରୁ କମ୍
- ସୋନିଆ ଗାନ୍ଧି ବିଲ ପାସ କରିବା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିସାରିଛନ୍ତି