କନକ ବ୍ୟୁରୋ : ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି । କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି ।
ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ନିଷ୍କାସିତ ହେଉଛି ୨୯ ହଜାର ୭୭୨ କ୍ୟୁସେକ ଜଳ । ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ଉପରମୁଣ୍ଡରେ ଯଦି ଏଭଳି ଲଗାତାର ବର୍ଷା ହୁଏ ତେବେ ଖୁବଶୀଘ୍ର ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡିବ ହୀରାକୁଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/22-13.jpg)