ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୬ରେ ଅଲଆଉଟ । ଅଷ୍ଟ୍ରେଲିଆ ୫୪ରେ ଆଗୁଆ ।

233

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବ୍ରିସବେନସ୍ଥିତ ଗ୍ୟାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍‍ର ତୃତୀୟ ଦିବସରେ ଶେଷ ହୋଇଥିବା ପ୍ରଥମ ଇନିଙ୍ଗ୍‌ସ୍‌ରେ ଭାରତ ୩୩୬ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନରେ ଅଷ୍ଟ୍ରେଲିଆ ୬ ଓଭରରେ ୨୧ ରନ କରିଛି । ଏହାସହ ୫୪ ରନରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।

ଭାରତର ସପ୍ତମ ଉଇକେଟ୍‌ ଯୋଡ଼ିରେ ରବିବାର ଦିନ ଓ୍ଵାସିଂଟନ୍‌ ୬୨ ଏବଂ ଠାକୁର ୬୭ ରନ୍‌ ସଂଗ୍ରହ କରି ଭାରତର ସ୍ଥିତିକୁ ସୁଦୃଢ଼ କରିଥିଲେ। ହାଜେଲ୍‌ଉଡ୍‌ଙ୍କଦ୍ୱାରା ସିରାଜ ଆଉଟ୍‌ ହେବା ସହ ଭାରତର ପ୍ରଥମ ଇନିଙ୍ଗ୍‌ ଶେଷ ହୋଇଥିଲା। ଏହାପରେ ମର୍କସ୍‌ ହ୍ୟାରିସ୍‌ ଓ ଡେଭିଡ୍‌ ଓ୍ଵାର୍ଣ୍ଣର୍‌ ବ୍ୟାଟିଙ୍ଗ୍‌ କରିବାକୁ ଯାଇ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗସ ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ପ୍ରଥମେ ବୋଲିଙ୍ଗ୍‌ ଆରମ୍ଭ କରିଥିଲେ ମହମ୍ମଦ୍‌ ସିରାଜ୍‌।

ବର୍ତ୍ତମାନ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦୃଢ ସ୍ଥିତିରେ ରହିଛି । କାରଣ ଦ୍ୱିତୀୟ ଇଂନିସରେ କଙ୍ଗାରୁ ଦଳ ବିନା ୱିକେଟରେ ୫୪ ରନରେ ଆଗୁଆ ରହିଛି । ଯଦି କାଲି ଭାରତ ଅଷ୍ଟ୍ରେଲିଆକୁ ରୋକିବାକୁ ସଫଳ ହୋଇଗଲା ତେବେ ଭାରତ ପାଇଁ ଏହି ମ୍ୟାଚ ସହଜ ହୋଇଯିବ । ସେପଟେ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।