ଲକଡାଉନ ସମୟରେ ରାଜ୍ୟରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଆଦାୟ : ମାସ୍କ ବ୍ୟବହାର କରିନଥିବାରୁ କୋଟିଏ ୨୫ ଲକ୍ଷ, ସାମାଜିକ ଦୂରତା ଉଲ୍ଲଂଘନରେ ୧୧ ଲକ୍ଷରୁ ଅଧିକ ଆଦାୟ

207

କନକ ବ୍ୟୁରୋ : ଲକଡାଉନ ସମୟରେ ରାଜ୍ୟରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଆଦାୟ ହୋଇଛି । ମାସ୍କ ବ୍ୟବହାର କରିନଥିବାରୁ କୋଟିଏ ୨୫ ଲକ୍ଷ ୮୪ ହଜାରୂ ୧୮୦ ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିପରି ସାମାଜିକ ଦୂରତା ଉଂଲଘନରେ ୧୧ ଲକ୍ଷ ୭୪ ହଜାର ୩୫୦ ଟଙ୍କା ଓ ସାପ୍ତାହିକ ଲକଡାଉନ ଉଲ୍ଲଂଘନରେ ୩ ହଜାର ଟଙ୍କା ଓ ରାତ୍ରିକାଳୀନ କର୍ଫୁ ଉଂଲଘନ ପାଇଁ ଲକ୍ଷେ ୩ ହଜାର ୮୦୦ ଟଙ୍କା ଆଦାୟ କରାଯାଇଛି ।

ଅନ୍ୟପକ୍ଷରେ, ଆସନ୍ତାକାଲି ଓ ପରଦିନ ସଟଡାଉନ ଥିବାରୁ ଆଜି ବଜାରରେ ଲୋକଙ୍କ ପ୍ରବଳ ଭିଡ ଜମିଛି । କରୋନା କଟକଣା ନମାନି ଲୋକ ବଜାରରେ ଗହଳି ଜମାଇଛନ୍ତି । ସମାଜିକ ଦୂରତାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମାର୍କେଟ ବିଲଣ୍ଡିଂରୁ ଆସିଛି ଏଭଳି ଦୃଶ୍ୟ । ଗତକାଲି ମଧ୍ୟ କିଛି ସୋ ରୁମରେ ଭିଡ ଦେଖିବାକୁ ମିଳିଥିଲା । ଯାହାଫଳରେ ଅମ୍ବର ପରି କିଛି ସୋ ରୁମକୁ ସିଲ୍ କରାଯାଇଥିଲା । ତେବେ ମାର୍କେଟ ବିଲଣ୍ଡିଂରେ ପ୍ରବଳ ଗହଳି ପରେ ଏନଫୋର୍ସ ଟିମ ପହଂଚିଛି ।