ଦେଶରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮, ୬୯୮ । ଗୋଟିଏ ଦିନରେ ୧, ୧୮୩ ଜଣଙ୍କ କରୋନାରେ ମୃତ୍ୟୁ
କନକ ବ୍ୟୁରୋ: ଆଜି ଦେଶରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮ ହଜାର ୬୯୮ କରୋନା ଆକ୍ରାନ୍ତ । ଏହାସହ କରୋନାରେ ୧, ୧୮୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଧିରେ ଧିରେ ସଂକ୍ରମଣ କମୁଥିବାର ନଜର ଆସୁଛି । ସେହି କ୍ରମରେ ଦୀର୍ଘ ଦିନ ପରେ ଆଜି ଦେଶରେ କରୋନା ସଂକ୍ରମଣ ୫୦ ହଜାର ତଳକୁ ଖସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ମୋଟ ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଏଯାଏଁ ଦେଶରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ରେ ପହଞ୍ଚି ଥିବା ବେଳେ ୫ ଲକ୍ଷ ୯୫ ହଜାର ୫୬୫ରେ ପହଞ୍ଚିଛି ସକ୍ରିୟ ସଂଖ୍ୟା ।