ଆଜି କରୋନାରୁ ସୁସ୍ଥ ହେଲେ ୪,୪୫୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ ସୁସ୍ଥ

78

କନକ ବ୍ୟୁରୋ: ଆଜି ରାଜ୍ୟରେ ୪,୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ପୁଣି ରାଜ୍ୟରେ ପିଜିଟିଭ ସଂଖ୍ୟା ବଢିବାରେ ଲାଗିଛି ।

ଖୋର୍ଦ୍ଧାରୁ ୧୦୦୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୮୬୮, ସମ୍ବଲପୁରରୁ ୮୬୮, କଟକରୁ ୩୮୬, ଝାରସୁଗୁଡାରୁ ୩୨୬, ମୟୂରଭଞ୍ଜରୁ ୧୬୨, ବାଲେଶ୍ୱରରୁ ୧୦୦, କେନ୍ଦୁଝର ଓ ପୁରୀରୁ ୯୯, ଯାଜପୁରରୁ ୭୮, ନବରଙ୍ଗପୁରରୁ ୭୩, କଳାହାଣ୍ଡିରୁ ୭୦, ଗଞ୍ଜାମରୁ ୫୫, ବଲାଙ୍ଗିରରୁ ୫୪, ଜଗତସିଂହପୁରରୁ ୪୬, ଅନୁଗୁଳରୁ ୪୦, ଦେବଗଡରୁ ୩୬, ସୋନପୁରରୁ ୩୩, ଗଜପତିରୁ ୩୨, ବରଗଡରୁ ୧୬, କନ୍ଧମାଳ, ନୟାଗଡରୁ ୮ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୫, ଢେଙ୍କାନାଳରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।