ଏପଟେ ମୃତ୍ୟୁ, ସେପଟେ ମମତା । ମଝିରେ ଡ୍ୟୁଟି କରୁଛନ୍ତି ମହିଳା ପୋଲିସ । କର୍ଫ୍ୟୁ ସମୟରେ କାଖରେ ଛୁଆ ଧରି କର୍ତ୍ତବ୍ୟ ତୁଲାଉଛନ୍ତି ଜଣେ ପୋଲିସିଆ ମାଆ । କରୋନା ଭିତରେ ପୁଣି ଦେଶ ଦେଖିଲା କର୍ତ୍ତବ୍ୟର କାହାଣୀ…

344

ଜଣେ ନାରୀ ଦୁଇଟି ରୂପ । ଏପଟେ କୁନି ପିଲାକୁ ହାତରେ ଧରି ମାଆର ଦାୟିତ୍ୱ ତୁଲାଉଛନ୍ତି… ସେପଟେ କର୍ଫ୍ୟୁ ସମୟରେ ରାସ୍ତା ଉପରେ ଡ୍ୟୁଟି କରି ନିଜର କର୍ତ୍ତବ୍ୟ କରୁଛନ୍ତି । କରୋନା ମହାମାରୀ ସମୟରେ ସମସ୍ତେ ଘରେ ରହୁଥିବା ବେଳେ ମଧ୍ୟପ୍ରଦେଶରୁ ଆସିଥିବା ଏହି ଚିତ୍ର ବୟାନ କରୁଛି, ମୃତ୍ୟୁ ଆଗରେ କର୍ତ୍ତବ୍ୟ କେତେ ବଡ ।
ଯଦି ଆମେ ଦେଖିବା କର୍ମ କ୍ଷେତ୍ରରେ ଜଣେ ମହିଳା କୁନି ପିଲାକୁ ହାତରେ ଧରି ଡ୍ୟୁଟି କରିବା କିଛି ବଡ କଥା ନୁହେଁ । ଏଭଳି ନଜିର ପୂର୍ବରୁ ଅନେକ ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ଯେତେବେଳେ ସାରା ଦେଶକୁ ନିଜ କବଳକୁ ନେଇଛି । ସଂକ୍ରମଣ ବଢି ଚାଲିଛି… ଲୋକଙ୍କ ମୃତ୍ୟୁ ହେଉଛି ଏଭଳି ସମୟରେ କୁନି ପିଲାକୁ ହାତରେ ଧରି ଡ୍ୟୁଟି କରିବା ବଡ ସାହସ ଏବଂ ଧର୍ଯ୍ୟର କଥା ।
ବାସ୍ତବରେ, ଦୀପମ ଗୁପ୍ତାଙ୍କୁ ଗୁନାରେ ଜଣେ ମହିଳା ପୋଲିସ ଗାର୍ଡ ଭାବରେ ପୋଷ୍ଟ କରାଯାଇଛି। କରୋନା କର୍ଫ୍ୟୁରେ ଅନ୍ୟ ପୋଲିସକର୍ମଚାରୀଙ୍କ ସହ ଦୀପମଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ସେଠାରେ ଦୀପମ୍ ନିଜର ଡ୍ୟୁଟି ନିଷ୍ଠାର ସହ ତୁଲେଇବା ସହ ମାର କର୍ତବ୍ୟ ମଧ୍ୟ କରିପାରିଛନ୍ତି । ଡ୍ୟୁଟି ସମୟରେ ସାଥୀ କର୍ମଚାରୀ ଦୀପମଙ୍କୁ ସାହାଯ୍ୟ କରନ୍ତି । କୁନି ପିଲାର ଯତ୍ନ ନେବା ସହ ତାର ଖାଇବା ପିଇବାର କଥା ମଧ୍ୟ ବୁଝିଥାନ୍ତି ।
ଆଉ ଏବେ ଭାଇରାଲ ହେଉଥିବା ଚିତ୍ର ଗୁନା ପୋଲିସ ଷ୍ଟେସନର ଏସପି ଦେଖିବା ପରେ । ମହିଳା ଗାର୍ଡ ଦୀପମଙ୍କୁ ଫିଲ୍ଡ ଡ୍ୟୁଟିରୁ ବଦଳି କରି ଲାଇନ୍ ପୋଲିସରେ ପୋଷ୍ଟି କରିଛନ୍ତି । ତମାମ ରାଜ୍ୟରେ ଅନେକ ମହିଳା କର୍ମଚାରୀ କରୋନା ସମୟରେ ନିଷ୍ଠାର ସହ କର୍ତ୍ତବ୍ୟ କରୁଛନ୍ତି କିନ୍ତୁ କୁନି ପିଲାକୁ କୋଳରେ ଧରି ଡ୍ୟୁଟି ପ୍ରତି ଦୀପମଙ୍କ ସମର୍ପଣକୁ ଲୋକେ ସଲାମ କରୁଛନ୍ତି