ପଂଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ସଜବାଜ: ୪୦ ବର୍ଷ ହେଲା ଗାଁରେ ବିକାଶ ନାହିଁ, ଏବେ ଆଉ ଶୁଣିବୁ ନାହିଁ ପ୍ରତିଶ୍ରୁତି 

140

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କଲେଣି ରାଜନୈତିକ ଦଳ । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଭୋଟ ହେବ ବୋଲି ଜାଣିବା ପରେ ଭୋଟ୍ ବ୍ୟାଙ୍କ ବଢାଇବା ପାଇଁ ଗ୍ରାମାଂଚଳରେ ଆରମ୍ଭ ହେଲାଣି କସରତ କଲେଣି  । ହେଲେ ଏଥର ଆଉ ନେତାଙ୍କ ଚାଲବାଜି ଚଳିବ ନାହିଁ । ମୌଳିକ ସୁବିଧା ସୁଯୋଗ ନମିଳିଲେ, ଲୋକେ ଭୋଟ୍ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଠାରୁ ମାଇଲ୍ ମାଇଲ ଦୂରରେ ଥିବା ଗଂଜାମ ଜିଲ୍ଲା  ପୁରୁଷୋତମପୁର ବ୍ଲକ ଜେମାଦେଇପୁର ଗାଁର ଲୋକେ ଏମିତି କଡା ଚେତାବନୀ ଦେଇଛନ୍ତି ।

ଗାଁରେ ୪୦ରୁ ଅଧିକ ପରିବାର ରହୁଥିବା ବେଳେ ୪୦ ବର୍ଷ ହେବ କୌଣସି ଉନ୍ନୟନମୂଳକ କାମ କାମ ହୋଇନାହିଁ । ଗାଁ ରାସ୍ତା ମାଟି କାଦୁଅରେ ଫୁଟିଛି । ପାଣି ଜମି ରହିଛି । ୪ ବର୍ଷ ତଳୁ ଜେମାଦେଇପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି ସରକାର । କିନ୍ତୁ ୭ ଜଣ ପିଲାଙ୍କ ପାଇଁ ଗାଁରେ ୫ ଲକ୍ଷ ଖର୍ଚରେ ଅଙ୍ଗନବାଡି ଗୃହ ର୍ନିମାଣ ହୋଇଛି । ତାହା ଅଦରକାରି ହୋଇ ପଡିରହିଛି । ସମସ୍ୟାର ସମାଧାନ ଦାବି କରି ପୁରୁଷୋତମପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନନ୍ତି ଗ୍ରାମବାସୀ ।

ପଞ୍ଚାୟତ ର୍ନିବାଚନ ଆଗରୁ ଯଦି ଗାଁ ସମସ୍ୟା ନସୁଧୁରିଲା, ତେବେ ଗାଁ ଲୋକେ ସମୁହ ଭୋଟ୍ ବର୍ଜନ କରିବେ, ଜଣେ ବି ମତଦାନ କେନ୍ଦ୍ରକୁ ଯିବେ ନାହିଁ ଚେତାଇ ଦେଇଛନ୍ତି ।