କନକ ବ୍ୟୁରୋ : ଲଗାତାର ବର୍ଷା କାରଣରୁ ଭୁଶୁଡ଼ିଲା ଚାଳିଶ ବର୍ଷର ପୁରୁଣା ପୋଲ । ୨୫ ଖଣ୍ଡ ଗାଁର ଯାତାୟତ ବାଧାପ୍ରାପ୍ତ । ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତ ସୋନ ନଦୀର ଶାଖା ଯୋଡ ଉପରେ ପ୍ରସ୍ତୁତ ହୋଇଥିବା ପୋଲ ଲଗାତାର ବର୍ଷା କାରଣରୁ ଭୁଶୁଡ଼ି ପଡିଛି । ଯାହା ଦ୍ବାରା ସ୍କୁଲ ପିଲାଙ୍କ ଯାତାୟତ ,ଆମ୍ବୁଲାନ୍ସ ଯୋଗଯୋଗ ସମସ୍ତ ଜରୁରୀକାଳୀନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

Advertisment

ମୁଖ୍ୟ ହାଟ ବଜାର ଗୁଡିକରୁ ୨୫ ଖଣ୍ଡ ଗାଁର ଲୋକ ଏବେ ବିଚ୍ଛିନ୍ନ ହୋଇ ରହିଛନ୍ତି । ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ପରିଦର୍ଶନ କରିବା ସହିତ ଡିପିଆର ପ୍ରସ୍ତୁତି ଚାଲିଛି । ତୁରନ୍ତ ପର୍ଯ୍ୟାୟରେ ଏହାକୁ ନିର୍ମାଣ କରାଯିବା ସହିତ ବର୍ତ୍ତମାନ ସମୟ ପାଇଁ ଜେଇ ଓ ଉପରିସ୍ଥ ଅଧିକାରୀ ମାନେ ଆସି କିଛି ସ୍ଥାୟୀ ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତି  ଦେଇଛନ୍ତି ।