ହ୍ୱାଟସଆପରେ ୪୦ ବିବାହ ଲାଇସେନ୍ସକୁ ଅନୁମତି । ଜାଣନ୍ତୁ ବିବାହ ଓ ଅନ୍ତିମ ସଂସ୍କାର ପାଇଁ କେଉଁ ନମ୍ବରରେ କଲ କରି ନେଇପାରିବେ ଅନୁମତି ।

310

କନକ ବ୍ୟୁରୋ : ହ୍ୱାଟସଆପରେ ମିଳୁଛି ବିବାହ ଲାଇସେନ୍ସ । ଲଗାତାର ଭାବେ ସଂକ୍ରମଣ ବଢୁଥିବା ବେଳେ ଲାଇସେନ୍ସ ସେଲରେ ଭିଡ ନ କରିବାକୁ ହ୍ବାଟସଆପ୍‌ ଯୋଗେ ଦିଆଯାଉଛି ବିବାହ ଲାଇସେନ୍ସ। ଗତ ୫ତାରିଖ ସନ୍ଧ୍ୟାରେ ଲାଇସେନ୍ସ ସେଲର ମୋବାଇଲ ନମ୍ବର(୮୧୪୪୨୦୭୧୦୦) ଜାରି ହେବା ପରେ ଦୁଇ ଦିନ ଭିତରେ ପ୍ରାୟ ୪୦ଜଣ ବିବାହ ଲାଇସେନ୍ସ ନେଇଛନ୍ତି।

ହ୍ୱାଟସଆପ ନମ୍ବରରେ ଲାଇସେନ୍ସ ଆବେଦନ କରିବା ପରେ ତୁରନ୍ତ ଅନୁମତି ମିଳୁଛି। ଫଳରେ ଆଉ ଥାନାକୁ ଆସିବାକୁ ପଡ଼ୁନାହିଁ। ସେହିପରି ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ମଧ୍ୟ ପ୍ରାୟ ୩୦ ଜଣ ଅନୁମତି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନମ୍ବର ଜାରି ହେବା ପରେ ଲାଇସେନ୍ସ ପ୍ରଦାନରେ ଆହୁରି ସହଜ ହେବା ସହ କାହାକୁ ଆସିବାକୁ ପଡ଼ୁ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।