ପୁଲୱାମା ଆକ୍ରମଣରେ ଖୁସି ବ୍ୟକ୍ତ କରି ଆଇସକ୍ରୀମ୍ ଖାଇ ମଜା ନେଉଥିଲେ ୪ ଛାତ୍ରୀ ! ବିଶ୍ୱବିଦ୍ୟାଳୟରୁ ବହିଷ୍କାର ହେବା ସହ ଜେଲ୍ ଗଲେ ଛାତ୍ରୀ । 

2,523

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାକୁ ପ୍ରଶଂସା ପୂର୍ବକ ପାଳନ କରି ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ସେୟାର୍ କରିଥିବା ଘଟଣାରେ ରାଜସ୍ଥାନରେ ପଢୁଥିବା ଜମ୍ମୁ ଓ କଶ୍ମୀରର ୪ ଜଣ ଛାତ୍ରୀଙ୍କୁ ଶନିବାର ଦିନ ପୁଲିସ ହାଜତକୁ ନେଇଛି। ଜୟପୁରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪ ଝିଅ ହ୍ୱାଟସଆପରେ ଦେଶ ବିରୋଧୀ ବାର୍ତ୍ତା ସେୟାର୍ କରିଥିବା କାରଣରୁ ବିଶ୍ୱବିଦ୍ୟାଳୟରୁ ମଧ୍ୟ ବହିଷ୍କାର କରାଯାଇଛି। ପରେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

 

ଶନିବାର ଦିନ ଏକ ବିବୃତିରେ ଏନଆଇଏମଏସ୍ ବିଶ୍ୱବିଦ୍ୟାଳୟ ଏହି ଘଟଣାକୁ ନିନ୍ଦା କରି କହିଛି କି, ଏ ଭଳି କାର‌୍ୟ୍ୟକଳାପକୁ ବିଶ୍ୱବିଦ୍ୟାଳୟ ସହ୍ୟ କରିବ ନାହିଁ। ସମ୍ପୃକ୍ତ ଛାତ୍ରୀମାନଙ୍କୁ କଲେଜ ଓ ହଷ୍ଟେଲରୁ ବହିଷ୍କାର କରାଯାଇଛି । ବହିଷ୍କୃତ ଛାତ୍ରୀମାନେ ହେଲେ ତଲବୀନ ମଞ୍ଜୁର, ଇରା, ଜୋହରା ନାଜିର ଓ ଉଜମା ନାଜିର। ଆତଙ୍କବାଦୀମାନେ ପ୍ରତିଶୋଧ ନେଇଛନ୍ତି କହି ସେମାନେ ଆନନ୍ଦ ହେଉଥିଲେ । ଘଟଣା ପରେ ବିଶ୍ୱବିଦ୍ୟାଳୟରେ ପ୍ରତିବାଦକାରୀମାନେ ଛାତ୍ରୀମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଚାନ୍ଦଓ୍ଵାଜି ଥାନା ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।