ଡାକ୍ତରଖାନା ମୁଖ୍ୟଦ୍ୱାରରେ ଠିଆ ହୋଇଥିଲେ ୪ କୁକୁର,ସମ୍ପୁର୍ଣ୍ଣ ଘଟଣା ଶୁଣିବା ପରେ କର୍ମଚାରୀଙ୍କ ଆଖିରେ ଆସିଗଲା ଲୁହ ।

1,041

କଥାରେ ଅଛି ମଣିଷର ସବୁଠାରୁ ବିଶ୍ୱସ୍ଥ ବନ୍ଧୁ ହେଉଛି କୁକୁର । ଏହି କଥା ଆପଣ ଏହି ଖବର ଏବଂ ଭାଇରାଲ୍ ଫଟୋ ଦେଖି ଜାଣିପାରୁଥିବେ । ହଁ ଆଜ୍ଞା , ଏହି ଫଟୋଟି ହେଉଛି ବ୍ରାଜିଲର ଏକ ହସପିଟାଲର । ହସ୍ପିଟାଲରେ ଚାରୋଟି ବୁଲା କୁକୁର ମେନଗେଟ୍ ପାଖରେ ଠିଆ ହୋଇ ଗୋଟିଏ କୋଠରୀ ଆଡକୁ ଚାହିଁ ରହିଛନ୍ତି । ଏହି ଦୃଶ୍ୟକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଜଣେ ନର୍ସ କ୍ୟାମେରାରେ ଫଟୋ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ । ଚାହୁଁ ଚାହୁଁ ଫଟୋଟି ଖୁବ୍ ଭାଇରାଲ୍ ହୋଇଥିଲା ।

ବାସ୍ତବରେ ହସ୍ପିଟାଲରେ ଜଣେ ଅଜ୍ଞାତ ଯୁବକକୁ କିଛି ସହୃଦୟବାନ ଲୋକ ଚିକିତ୍ସା ପାଇଁ ନେଇ ଆସିଥିଲେ ଏବଂ ଆଡମିଶନ୍ କରି ସେଠାରୁ ଚାଲି ଯାଇଥିଲେ କିନ୍ତୁ ଚାରୋଟି କୁକୁର ଗେଟ୍ ପାଖରେ ବହୁ ସମୟରୁ ଠିଆ ହୋଇଥିବା ଦେଖା ଯାଇଥିଲା । ଏହାପରେ ଜଣେ ନର୍ସ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ୍ କରି ଭାଇରାଲ୍ କରିଥିଲେ । ଯୁବକ ଜଣଙ୍କର ଘରଦ୍ୱାର ବୋଲି କିଛି ନଥିଲା ଏବଂ ସେ ବହୁ ଦିନରୁ ଭୋକିଲା ଥିଲେ । ତାଙ୍କ ସାଙ୍ଗ କହିଲେ ସେହି ୪ କୁକୁର ଥିଲେ ଯାହାଙ୍କ ସହ ସେ ରାସ୍ତାକଡରେ ଶୋଉଥିଲେ । ବେଳେବେଳେ ଖାଦ୍ୟ ପାଇଲେ ସେ କୁକୁରଙ୍କୁ ଖାଇବାକୁ ଦେଇ ନିଜେ ଉପବାସ ରହୁଥିଲେ । ଏହି ଘଟଣା ଜଣାପଡିବା ପରେ ହସ୍ପିଟାଲ୍ କର୍ମଚାରୀ କୁକୁରଙ୍କୁ ଭିତରକୁ ଆସିବାକୁ ଦେଲେ ଏବଂ ଖାଇବାକୁ ମଧ୍ୟ ଦେଇଥିଲେ ।