ଜମ୍ମୁ- କଶ୍ମୀରରେ ବର୍ଷାର ତାଣ୍ଡବ : ବାଦଲଫଟା ବର୍ଷାରେ ୪ ମୃତ, ୩୬ ନିଖୋଜ

75

କନକ ବ୍ୟୁରୋ : ଜମ୍ମୁ- କଶ୍ମୀରର କିସ୍ତିୱାରରେ ବାଦଲଫଟା ବର୍ଷା ଯୋଗୁଁ ୪ଜଣଙ୍କ ମୃତ୍ୟୁ ହେବା ସହ ୩୬ଜଣ ନିଖୋଜ ଅଛନ୍ତି । ବୁଧବାର ଭୋର ସମୟରେ ବାଦଲଫଟା ବର୍ଷା ଯୋଗୁଁ କିସ୍ତିୱାର ଜିଲ୍ଲାର ହୋଂଜାର, ମାଣ୍ଡଭ୍ ଗାଁର ୬ଟି ଘର ଓ ରେସନ୍ ଡିପୋ ଭାସିଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏନଡିଆରଏଫ୍ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଯାଏଁ ନିଖୋଜଙ୍କ ସନ୍ଧାନ ମିଳିନଥିବାରୁ ମୃତ୍ୟୁ ସଂଖ୍ୟା ବଢିପରେ ବୋଲି କହିଛନ୍ତି କିସ୍ତୱାର ଏସଏସପି ।