ରାଜ୍ୟରେ ୨୪ ଘଂଟାରେ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୫୭ ପଜିଟିଭ

57

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୧୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୫୩ଜଣ । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧ ଜଣ, ବାଲେଶ୍ୱରରୁ ୨ ଜଣ, ଭଦ୍ରକରୁ ୭ ଜଣ, ବରଗଡ଼ରୁ ୧ ଜଣ, କଟକରୁ ୩୪ ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୧୩ ଜଣ, ଯାଜପୁରରୁ ୧୦ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨୦ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୨୩ ଜଣ, ନୟାଗଡ଼ରୁ ୧ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୧୦ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୦ ହଜାର ୫୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୨୭ ହଜାର ୬୫୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪ ହଜାର ୫୬୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।