ପାରାଦୀପରେ ୩୫ତମ ପୁଷ୍ପ ପ୍ରଦର୍ଶନୀ : ଫୁଲ ଓ ପନିପରିବା ଚାଷୀଙ୍କୁ ଉତ୍ସାହିତ କରିବା ସହ ପ୍ଲାଷ୍ଟିକ୍ ଫୁଲକୁ ବର୍ଜନ ଲକ୍ଷ୍ୟ

92

କନକ ବ୍ୟୁରୋ : ପାରାଦୀପରେ ଦେଖିବାକୁ ମିଳିଛି ଫୁଲର ପସରା । ରଙ୍ଗବେରଙ୍ଗର ଫୁଲ ଦେଖଣାହାରୀଙ୍କୁ ଆକୃଷ୍ଟ କରିଛି । ପାରାଦୀପରେ ଆୟୋଜିତ ୩୫ତମ ପୁଷ୍ପ ପ୍ରଦର୍ଶନୀରେ ପାରାଦୀପ ବନ୍ଦର ତଥା ବିଭିନ୍ନ କମ୍ପାନୀ ଅଧିକାରୀ ଓ କର୍ମଚାରୀ ମାନଙ୍କର ବଗିଚାର ଫୁଲ ଓ ପନିପରିବା ସ୍ଥାନ ପାଇଛି । ଏଥିରେ ୧୨୫ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏଥିରେ ଡାଲିଆ, ମେରିଗୋଲ୍ଡ, ଗେଣ୍ଡୁ, ଆଷ୍ଟର, ପେଟୁନିଆ, ଫ୍ଲକ୍ସ, ସାଲଭିଆ, ଗୋଲାପ, ଜିନିଆ, ଭଳି ଫୁଲ ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ପନିପରିବା ବି ଏଥିରେ ସ୍ଥାନ ପାଇଛି ।

୩୫ବର୍ଷ ହେବ ପାରାଦୀପ ବନ୍ଦର ଏହି ଭଳି ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରୁଛି । ସହରର ମାଳୀ ଓ ଗୃହିଣୀମାନଙ୍କୁ ଫୁଲ ଓ ପନିପରିବା ଚାଷ କରିବା ପାଇଁ ଉତ୍ସାହିତ କରିବା ସହ ପା୍ଲଷ୍ଟିକ୍ ଫୁଲକୁ ବର୍ଜନ କରିବା ଲକ୍ଷ୍ୟରେ ଏହି ପୁଷ୍ପ ପ୍ରଦର୍ଶନୀ କରାଯାଇଛି । ଏହି ପ୍ରଦର୍ଶନୀକୁ ଦୁଇ ଜଣ ବିଚାରକ ଫୁଲ ଓ ପନିପରିବା ଚାଷ କରିଥିବା ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ।

ରଙ୍ଗବେରଙ୍ଗର ଫୁଲର ପ୍ରଦର୍ଶନୀ ଦେଖିବା ପାଇଁ ବେଶ ଲୋକଙ୍କ ଭିଡ ଜମିଛି ।