କନକ ବ୍ୟୁରୋ: କଟକ ମଙ୍ଗୁଳି ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଜବତ । ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ କର୍ଣ୍ଣାଟକ ଚାଲାଣ ବେଳେ ୩୫୧ଟି ବିରଳ କଇଁଛ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଏକ କାର ଯୋଗେ ଏହି କଇଁଛ ସବୁ ଚାଲାଣ ହେଉଥିଲା । ଉଦ୍ଧାର କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । କଇଁଛ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏହା ପଛରେ ରାକେଟ୍ କାମ କରୁଛି କି ନାହିଁ ତାର ତଦନ୍ତ ଚାଲିଛି । ଗିରଫ ୩ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯିବ ।