ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ବୋଲରଙ୍କ କମାଲ । ୬୨ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍ ପରେ , ଭାରତର ଦ୍ୱିତୀୟ ଇଂନିସ ସ୍କୋର ୬୯/୦

191

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପୁରାପୂରି ଆଧିପତ୍ୟ ବିସ୍ତାର କରିଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମେ ୩୨୫ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଇଂନିସରେ କେବଳ ୬୨ ରନରେ ଅଲଆଉଟ୍ କରିଦେଇଛି । ଖାଲି ସେତିକି ନୁହେଁ ତା ପରେ ଦ୍ୱିତୀୟ ଇଂନିସରେ ଦଳ କୌଣସି ୱିକେଟ୍ ନହରାଇ ୬୯ ରନ୍ କରିବା ସହିତ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡଠାରୁ ୩୩୨ ରନର ଲିଡ୍ ନେଇଛି ।

ଟିମ୍ ଇଣ୍ଡିଆ ଆଜି ଦ୍ୱିତୀୟ ଦିନ ସକାଳୁ ଲଗାତାର ଝଟକା ପାଇଥିଲା । ସାହା ଓ ଅଶ୍ୱିନୀ ସକାଳୁ ସକାଳୁ ହିଁ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ସହ ଦଳ ସମସ୍ତ ୱିକେଟ ହରାଇ ୩୨୫ ରନ୍ ସଂଗ୍ରହ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ୍ ପଟେଲ ହିଁ ସମସ୍ତ ୧୦ଟି ଯାକ ୱିକେଟ୍ ନେଇଥିଲେ ।

ଏହାପରେ ଦ୍ୱିତୀୟ ଇଂନିସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଏଥର କିନ୍ତୁ ଚିତେଶ୍ୱର ପୂଜାରା ମୟଙ୍କ ଅଗ୍ରୱାଲଙ୍କ ସହ ଓପନିଂ କରିଥିଲେ । ଦୁହେଁ ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ଖେଳ ଜାରି ରଖିବା ସହିତ କୌଣସି ୱିକେଟ୍ ପଡିବାକୁ ଦେଇନଥିଲେ । ଦଳ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୬୯ ରନ୍ କରିବା ସହିତ ଏବେ ନ୍ୟୁଜିଲାଣ୍ଡଠାରୁ ୩୩୨ ରନ ଆଗରେ ରହିଥିଲା ।