୩୨ତମ ସଡ଼କ ସୁରକ୍ଷା ଦିବସ ପାଳିତ : ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ

64

କନକ ବ୍ୟୁରୋ : ୩୨ତମ ସଡ଼କ ସୁରକ୍ଷା ଦିବସ ଉପଲକ୍ଷେ ମାଗଣାରେ ହେଲମେଟ ବଂଟାଯାଇଛି । ଭୁବନେଶ୍ୱର ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଏସପି କେକେ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁମାନଙ୍କର ହେଲମେଟ ନଥିଲା ସେମାନଙ୍କୁ ହେଲମେଟ ବଂଟାଯାଇଥିଲା । ବାପୁଜୀ ନଗର ହେଲମେଟ ମୋବାଇଲ ଦୋକାନ ତରଫରୁ ସମସ୍ତ ହେଲମେଟ ଯୋଗାଇ ଦିଆଯାଇଥିଲା ।

ସେପଟେ, ଏହି ଅବସରରେ ଜେନାପୁର ପୁଲିସ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ମଞ୍ଚର ଆବାହକ ପଙ୍କଜ କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ପାଳନ କରିବାକୁ କହିଥିଲେ।

ମଞ୍ଚର ଉପଦେଷ୍ଟା ପରମାନନ୍ଦ ସାହୁ, ଅଭିମନ୍ୟୁ ନାୟକ, ଆବାହକ ସରୋଜକାନ୍ତ ବେହେରା ତଥା ସଭ୍ୟ ତପନ ମଲ୍ଲ ଯୋଗଦେଇଥିଲେ। ସଭ୍ୟ ମହେଶ୍ବର ପାତ୍ର ଟ୍ରାଫିକ ନିୟମ ମାନି ଚଳିବା ପାଇଁ ଶପଥପାଠ କରାଇଥିଲେ। ରାସ୍ତାରେ ବାଇକ୍‌ରେ ଦୁଇଟି ହେଲମେଟ ପିନ୍ଧି ଯାଉଥିବା ଆରୋହୀଙ୍କୁ ଫୁଲଚାରା ପ୍ରଦାନ କରାଯାଇଥିଲା। ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ସୌମ୍ୟରଂଜନ ପଣ୍ତା, ସନ୍ତୋଷ ରାଉତ, ସୌମ୍ୟରଂଜନ ସାହୁ, ଶକ୍ତିପ୍ରସାଦ ସାମନ୍ତ, ବାବୁଲି ରାଉତ, କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ।