କନକ ବ୍ୟୁରୋ: ଆଜି ଭୁବନେଶ୍ୱରରୁ ପୁଣି ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଲୋକାଲ କେସ ବୋଲି ଜଣା ପଡିଛି । ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨ ଶହରେ ପହଞ୍ଚିଛି । ସେପଟେ ଭୁବନେଶ୍ୱରରେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଚାର୍ଯ୍ୟ ବିହାର, ଆଇଗିଣିଆ, ବରମୁଣ୍ଡା, ବୋମିଖାଲ, ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଡୁମଡୁମା, ଝାରପଡା, ଜୟଦେବ ବିହାର, ସାମନ୍ତରାପୁର, ପାତ୍ରପଡା ଓ ଭିଏସଏସ ନଗର ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଧିରେ ଧିରେ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି ସଂକ୍ରମଣ ।