ବାଙ୍ଗାଲୁରୁ ଏରୋ ଇଣ୍ଡିଆ ସୋର ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁ ହୁତୁ ହୋଇ ଜଳିଗଲା ୩୦୦ରୁ ଅଧିକ କାର

ନିଆଁକୁ ଆୟତ କଲା ୧୦ଟି ଦମକଳ ବାହିନୀ,ଶୁଖିଲା ଘାସ ହେଲା କାଳ

165

କନକ ବ୍ୟୁରୋ: ବାଙ୍ଗାଲୁୁରୁ ଏୟାର ଶୋ ବେଳେ ଭୟାବହ ଅଗ୍ନିକାଣ୍ଡ । ପାର୍କିଂ ସ୍ଥାନରେ ଭୟଙ୍କର ନିଆଁଲାଗି ଶହ ଶହ କାର ପୋଡି ପାଉଁଶ ହୋଇଯାଇଛି । ଚାହୁଁ ଚାହୁଁ ଗୋଟିଏ କାରରୁ ଅନ୍ୟ କାରକୁ ନିଆଁ ବ୍ୟାପିଯାଇଥିଲା । ତେବେ ଦୁର୍ଘଟଣାରେ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ ।

ବାଙ୍ଗାଲୁରଠାରେ ଚାଲିଥିବା ଏରୋ ସୋର ଗାଡି ପାର୍କିଂ ସ୍ଥାନରେ ହୁତ୍ ହୁତ୍ ହୋଇ ଜଳିଉଠିଥିଲା ନିଆଁ । ପଡିଆରେ ଥିବା ଶୁଖିଲା ଘାସରୁ ନିଆଁ ଲାଗିବା ପରେ ଏହା ନେଇ ଥିଲା ଭୟଙ୍କର ରୂପ ନେଇଥିଲା । ଚାହୁଁ ଚାହୁଁ ସ୍ଥାନୀୟ ଅଂଚଳରେ ମାଡି ଯାଇଥିଲା ନିଆଁ । ସେଠାରେ ପାର୍କିଂରେ ଥିବା କାରରେ ନିଆଁ ଲାଗିଯାଇଥିଲା । ଆଉ ଏହାପରେ ହୁତ୍ ହୁତ୍ ହୋଇ ଜଳିବାକୁ ଲାଗିଥିବା ଗୋଟିଏ ପରେ ଗୋଟିଏ କାର । ପ୍ରାୟ ୩୦୦ରୁ ଅଧିକ କାର ଏହି ନିଆଁରେ ଜଳିଯାଇଥିବା କୁହାଯାଉଛି ।

ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ସାରା ଅଂଚଳରେ ବିଶାଳ କଳାଧୂଆଁର ବାଦଳ ସୃଷ୍ଟି ହୋଇଥିଲା । ଗୋଟିଏ ପରେ ଗୋଟିଏ କାର ଜଳୁଥିବା ବେଳେ ପୁରା ଅଂଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । କର୍ଣ୍ଣାଟକ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବାକୁ ଲାଗି ପଡିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରି ନେଇଥିଲେ । ଏଥି ପାଇଁ ୧୦ଟି ଅଗ୍ନିଶମ ଦଳ ଓ ୫ଟି ଇଂଜିନ ବ୍ୟବହାର କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ଏମଏନ ରେଡି ।

 

ଗୋଟିଏ ପଟେ ଭାରତୀୟ ବାୟୁସେନାର ବିଭିନ୍ନ ବିଭାଗ ନିଜ ନିଜ କୌଶଳ ପ୍ରଦର୍ଶନ କରୁଥିବା ବେଳେ ଏପଟେ ନିଆଁ ଲାଗିବା ଫଳରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା । ମଙ୍ଗଳବାର ଦିନ ଦୁଇ ସୂର୍ଯ୍ୟକିରଣ ଟିମ୍ର ଦୁଇଟି ହକ୍ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ ।