ବିଦେଶରେ କମାଲ କଲେ ୩ ଓଡ଼ିଆ ଶିଶୁ ମଡ଼େଲ୍ !

310

କନକ ବ୍ୟୁରୋ : ପୁଣି ଥରେ ବିଶ୍ୱ ଦରବାରରେ ଗୌରାବାନ୍ୱିତ ହେଲା ଓଡ଼ିଶା । ବିଦେଶରେ ଦେଖିବାକୁ ମିଳିଛି ଓଡ଼ିଆ ଶିଶୁ ମଡ଼େଲଙ୍କ ଜଲୱା । ଅନ୍ୟ ଦେଶର ପ୍ରତିଦ୍ୱନ୍ଦୀଙ୍କୁ ହରାଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ଓଡ଼ିଶାର ୩ ଶିଶୁ ।

ସାଉଥ ଆଫ୍ରିକାରେ ଓଡିଶା ଶିଶୁ ମଡେଲଙ୍କ କମାଲ । ସାଉଥ ଆଫ୍ରିକାରେ ଗ୍ରାଣ୍ଡ ମିକ୍ସ ଲିଟିଲ ମଡେଲ ଆର୍ଥ ପ୍ରତିଯୋଗିତାରେ ଇଣ୍ଡିଆରୁ ଓଡିଶାର ତିନି ପ୍ରତିଯୋଗୀ ପ୍ରତିନିଧିତ୍ୱ କରୁଥିଲେ । ମିନି ଲିଟଲ ମଡେଲ କାଟାଗୋରିରେ ଅନସୁଲା ଆଦିତ୍ୟ ପାତ୍ର, ବଏଜ ତିଟିଲ ମଡେଲରେ ସିଭମ ଇପାରୀ ଓ ତିଟିଲ ଗ୍ୟାଲ କାଟାଗୋରୀରେ ନିମିସା ଲାଡିଆ ପ୍ରଥମ ସ୍ଥାନ ପାଇଛନ୍ତି । ଏହି କଂଟେଷ୍ଟରେ ୧୮ଟି ଦେଶର ମଡେଲଙ୍କ ମଧ୍ୟରେ ଏହି ତିନିଜଣ ଓଡିଶା ମଡେଲ କମାଲ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ।