କନକ ବ୍ୟୁରୋ : ମାଲକାନାଗିରି ଜିଲ୍ଲା ମାଥିଲିରୁ ଆସିଛି ଦୁଃଖଦ ଖବର । ଏକ ଛାତ ସେଣ୍ଟ୍ରିଂ ଖସିପଡିବାରୁ ୩ଜଣ ଶ୍ରମିକଙ୍କର ଅକାଳ ବିୟୋଗ ଘଟିଛି । ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ମଧ୍ୟରୁ ବଡପଡାରେ ୨ ଓ ଗୋଇଗୁଡାର ଜଣେ ଯୁବକ ରହିଛନ୍ତି । ଏହି ଘଟଣା ଜାଣିବା ପରେ ମୃତକଙ୍କ ପରିବାର ଲୋକ ମୃତଦେହ ଆଣିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।