ଓଲଟିଲା ଗୋରୁ ବୋଝେଇ ଗାଡି : ୩ଜଣଙ୍କ ମୃତ୍ୟୁ, ଗାଡିରେ ଥିବା ୩୫ରୁ ଅଧିକ ଗୋରୁ ମୃତ  

ଗାନ୍ଧୀ ଛକ ନିକଟରେ ଓଲଟିଲା ଗୋରୁ ବୋଝେଇ ଟ୍ରକ୍ 

102

କନକ ବ୍ୟୁରୋ : ଓଲଟିଲା ଗୋରୁ ବୋଝେଇ ଗାଡି । ବାଲେଶ୍ୱର ଜିଲ୍ଲା ବସ୍ତା ଗାନ୍ଧି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩୦ଫୁଟ୍ ତଳକୁ ଖସିପଡିଛି ଗୋରୁ ବୋଝେଇ କଣ୍ଟେନର୍ । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ପଟୁ ୧୦୦ରୁ ଉଦ୍ଧ୍ୱର୍ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଖବର ପାଇ ବସ୍ତା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି ।