୩ ସେନାଙ୍କର ୩ ପ୍ରକାରର ସାଲ୍ୟୁଟ: ଜାଣନ୍ତୁ, କାହା ସାଲ୍ୟୁଟ କେମିତି?

188

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ । ଏଥର ଗଣତନ୍ତ୍ର ଦିବସ କରୋନା କଟକଣାରେ ପାଳନ ହେଉଛି । ଏହି ଅବସରରେ ୩ ସେନାଙ୍କ ସାଲ୍ୟୁଟକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାର ସାଲ୍ୟୁଟ କରିବାର ଶୈଳ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହାର ଏକ ଖାସ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ୩ ସେନା କେମିତି କରନ୍ତି ସାଲ୍ୟୁଟ ।

ସ୍ଥଳ ସେନା ସାଲ୍ୟୁଟ
ଭାରତୀୟ ସ୍ଥଳ ସେନାର ସାଲ୍ୟୁଟ ପୂରା ପାପୁଲି ଦେଖାଇ କରିଥାନ୍ତି । ସାଲ୍ୟୁଟ ସମୟରେ ହାତର ପଞ୍ଜା ପୂରା ସାମ୍ନାକୁ ଦେଖାଯାଇଥାଏ । ଏଥିରେ ସବୁ ଆଙ୍ଗୁଳି ମଥା ଓ ଆଖି ପତାର ମଝିଆ ମଝି ରହିଥାଏ ।

ନୌସେନା ସାଲ୍ୟୁଟ
ଭାରତୀୟ ନାଭି ବା ନୌସେନାର ସାଲ୍ୟୁଟ ଆର୍ମି ସାଲ୍ୟୁଠାରୁ ପୂରା ଅଲଗା । ଏଥିରେ ହାତ ପାପୁଲି ଦେଖାଯାଇନଥାଏ । ହାତ ପାପୁଲିର ମୁହଁ ତଳ ଆଡକୁ ରହିଥାଏ । ଆଙ୍ଗୁଠି ସବୁ ମଥା ଓ ଆଖି ପତା ମଝିରେ ରହିଥାଏ ।

ବାୟୁସେନା ସାଲ୍ୟୁଟ
ବାୟୁସେନାର ସାଲ୍ୟୁଟ ପ୍ରଥମେ ଆର୍ମିର ସାଲ୍ୟୁଟ ସହ ସମାନ ଥିଲା । ହେଲେ ୨୦୦୬ ମସିହାରେ ବାୟୁସେନା ଯବାନ ମାନଙ୍କ ପାଇଁ ସାଲ୍ୟୁଟର ନୂଆ ଫର୍ମ କରିଥିଲେ । ସାଲ୍ୟୁଟ ସମୟରେ ହାତ ଭୂମି ମଧ୍ୟରେ ୪୫ ଡିଗ୍ରୀର କୋଣ ତିଆରି ହୋଇଥାଏ ।