ଲଗାଣ ବର୍ଷାରେ ବାଲିଗୁଡାରେ ଧୋଇଗଲା ପୋଲ : ରାସ୍ତାରେ ୩ ଫୁଟର ପାଣି, ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

55

କନକ ବ୍ୟୁରୋ : ଲଘୁଚାପ ଯୋଗୁ ଲଗାଣ ବର୍ଷା । ଆଉ ଲଗାଣ ବର୍ଷାରେ କନ୍ଧମାଳ ବେହାଲ ହୋଇପଡ଼ିଛି । ବର୍ଷା ଜାରି ରହିଥିବା ବେଳେ ଧୋଇଯାଇଛି ପୋଲ । ତୁମୁଡି ବ୍ଲକର ଶୀର୍ଲା – ପାରିଗଡ ରାସ୍ତାର ବତେଡିମୁଣ୍ଡା ନିକଟରେ ଏହି ପୋଲ ଧୋଇ ଯାଇଛି ।

ପାରିଗଡ ପଞ୍ଚାୟତର ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବାଲିଗୁଡା ବସଷ୍ଟାଣ୍ଡ ସମେତ ବୁଡ଼ାଗୁଡା ରାସ୍ତା ଉପରେ ୩ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ବାଲିଗୁଡାର ଖଜୁରୀନାଳ, ଜାମପଦା, ଭଗାମୁଣ୍ଡା ଆଦି ସ୍ଥାନରେ ପାହାଡରୁ ପାଣି ଖସି ଘରେ ଜଳବନ୍ଦୀ ପାଲଟିଛନ୍ତି ଲୋକେ ।