କୋରେଇ ଟ୍ରେନ୍ ଦୁର୍ଘଟଣା : ୩ ମୃତକଙ୍କ ମିଳିଲା ପରିଚୟ

326

କନକ ବ୍ୟୁରୋ : କୋରେଇ ଟ୍ରେନ୍ ଦୁର୍ଘଟଣା । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ୩ ଜଣଙ୍କର ପରିଚୟ ମିଳିଛି । ମୃତକ ତିନି ଜଣ ମଧ୍ୟରେ ରହିଛନ୍ତି ମାଆ ଝିଅ । ଟ୍ରେନ୍ ଅପେକ୍ଷାରେ ମାଆ ଓ ଝିଅ ପାର୍ବତୀ ବିନ୍ଧାଣୀ, କଣ୍ଢେଇ ବିନ୍ଧାଣୀ ଅପେକ୍ଷା କରି ରହିଥିଲେ । ତାଙ୍କ ସହିତ ସେଠାରେ ଆଉ ଜଣେ ମହିଳା ଆବାଜୁନ୍ ବିବିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ନେଇ ସିଡିଏମଓଙ୍କ ସୂଚନା ।

ସେପଟେ, ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି । ବାତିଲ ହୋଇଥିବା ଟ୍ରେନରେ୍ ଭୁବନେଶ୍ୱର-ବାଲେଶ୍ୱର ଯାତ୍ରୀବାହୀ ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି । ଯାହାପାଇଁ ସୋର ଷ୍ଟେସନରେ ମଧ୍ୟ ଅପେକ୍ଷା କରି ରହିଥିବା ଯାତ୍ରୀ ମାନେ ବହୁ ଅସୁବିଧା ଭୋଗିଛନ୍ତି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ମାନେ ଟ୍ରେନ୍ ଅପେକ୍ଷାରେ ଅଟକି ରହିଛନ୍ତି ।