କନକ ବ୍ୟୁରୋ : କଟକ ଜିଲ୍ଲା ଜଗତପୁର ନୂଆସାଇ ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଭାସିଯିବା ଘଟଣାରେ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ତ୍ରିଲୋଚନ ମହଲା, ବାଦଲ ସାହୁ ଓ ନିଲୁ ସାହୁ । ତ୍ରିଲୋଚନଙ୍କ ଘର ଚାଉଳିଆ ଗଂଜରେ ହୋଇଥିବା ବେଳେ ଚାଉଳିଆ ଗଂଜ ତଳସାହିର ନିଲୁ ସାହୁ, ବାଦଲଙ୍କ ଘର ଚୌଦ୍ୱାର ଅଂଚଳରେ ବୋଲି ଜଣାପଡ଼ିଛି । ଏବେବି ନିଲୁ ସାହୁଙ୍କର କୌଣସି ପତା ମିଳିନାହିଁ ।
ସୂଚନା ଅନୁସାରେ ଚୌଦ୍ୱାର ଲକ୍ଷ୍ମୀପୂଜା ଭସାଣୀ ଦେଖିବା ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ । ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣୀ ଚାଲିଥିବା ବେଳେ ପଟ୍ଟାମୁଣ୍ଡା କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ । ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ । ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲ ଭିତରକୁ ଡେଇଁ ପଡ଼ିଥିଲେ । ପରେ ସମସ୍ତେ କେନାଲରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ ।

Advertisment