ବସକୁ ଧକ୍କା ଦେଲା ଟ୍ରକ : ଦୁର୍ଘଟଣାରେ ୩ ମୃତ, ୯ଗୁରୁତର

462

କନକ ବ୍ୟୁରୋ : ପିକନିକ୍ ବସକୁ ଧକ୍କା ଦେଲା ଟ୍ରକ । ଖୋର୍ଦ୍ଧା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବାଲୁଗାଁରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ବିଳମ୍ବିତ ରାତିରେ ୨ଟା ୩୦ ମିନିଟରେ ପ୍ରିନ୍ସ ନାମକ ପିକନିକ୍ ମିନିବସ୍ ରାସ୍ତା କଡରେ ଠିଆ ହୋଇଥିଲା । ଟ୍ରକଟି ପଛପଟୁ ତାକୁ ଧକ୍କା ଦେଇଥିଲା, ଫଳରେ ବସଟି ରାସ୍ତା ତଳକୁ ଖସି ପଡିଥିଲା । ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି, ୫୮ ବର୍ଷିୟ ଲୋଇ ଦାସ, ୪୬ ବର୍ଷିୟ ଗଙ୍ଗା ମହାରଣା ଓ ୩୦ ବର୍ଷିୟ ଅସିତ୍ ବେହେରା ।

ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର, ଆଲପୁର ଓ ଭେଙ୍କଟ ରାୟପୁର ଅଂଚଳର । ମୃତକ ଦୁଇ ଜଣ ହେଉଛନ୍ତି, ୫୮ ବର୍ଷିୟ ଲୋଇ ଦାସ, ୪୬ ବର୍ଷିୟ ଗଙ୍ଗା ମହାରଣା ଓ ୩୦ ବର୍ଷିୟ ଅସିତ୍ ବେହେରା । ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର, ଆଲପୁର ଓ ଭେଙ୍କଟ ରାୟପୁର ଅଂଚଳର ।