ଆଜି ରାଜ୍ୟରେ ଚିହ୍ନଟ ହେଲେ ୩, ୫୫୪ କରୋନା ଆକ୍ରାନ୍ତ । ୨୪ ଘଣ୍ଟାରେ ୪୭ ଜଣଙ୍କ ଜୀବନ ନେଲା କରୋନା

192

କନକ ବ୍ୟୁରୋ: ଆଜି ରାଜ୍ୟରେ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ୩ ହଜାର ତଳେ ସଂକ୍ରମଣ ଥିବା ବେଳେ ଆଜି ଏହି ସଂଖ୍ୟା ପୁଣି ବଢିଛି । ତେବେ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ ଏବେ ରାଜ୍ୟରେ ସଂକ୍ରମଣ ଓ ଟେଷ୍ଟିଂ ହାର ୫.୧୭ ପ୍ରତିଶତ ରହିଛି ।

ରାଜ୍ୟରେ ଆଜି ୬୮, ୬୯୫ ନମୁନା ପରୀକ୍ଷା ହୋଇଥିଲା । ସେଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୧, କଟକରୁ ୫୦୧ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରେ ୧୫୮, ମୟୂରଭଞ୍ଜରେ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରେ ୧୩୩, ପୁରୀରୁ ୨୩୩ ଓ ନୟାଗଡରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।