ଇଣ୍ଟରନେଟ୍ ସେନସନ୍ ପାଲଟିଲେ ଜମାଟୋ ବଏ ‘ସୋନୁ’ : ସୋନୁଙ୍କ ହସରେ ପାଗଳ ହେଲା ଇଣ୍ଟରନେଟ୍ , ଜମାଟୋ ଡିପିରେ ଲାଗିଲା ସୋନୁଙ୍କ ଫଟୋ ।

442

ଫୁଡ଼୍ ଡେଲିଭରି କମ୍ପାନୀ ଜମାଟୋର ଜଣେ ଡେଲିଭରି ବଏ ଏବେ ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ତାଙ୍କର ଅନେକ ଭିଡିଓ ଏବଂ ମିମ୍ ଏବେ ଇଣ୍ଟରନେଟ୍ ରେ ଭାଇରାଲ୍ ହେବାକୁ ଲାଗିଛି । ୟୁଜର୍ସ ଡେଲିଭରି ବଏ ସୋନୁଙ୍କ ସ୍ମିତହାସ୍ୟ ଏବଂ କଥା କହିବାର ଶୈଳୀକୁ ଖୁବ୍ ପସନ୍ଦ କରୁଛନ୍ତି । ସୋନୁଙ୍କ ଭିଡିଓ ଝଡ଼ ପରି ଭାଇରାଲ୍ ହେଉଥିବା ଦେଖି ଜମାଟୋ ଇଣ୍ଡିଆ ନିଜ ଟ୍ୱିିଟର୍ ହ୍ୟାଣ୍ଡଲର ଡିସପ୍ଲେ ପିକଚର୍ (ଡିପି) ରେ ତାଙ୍କ ଫଟୋ ଲଗାଇଛନ୍ତି । ଜମାଟୋ ଶୁକ୍ରବାର ନିଜ ଟ୍ୱିଟର ହ୍ୟାଣ୍ଡଲ୍ ର ଡିପି ପରିବର୍ତ୍ତନ କରି ସୋନୁଙ୍କ ଏକ ସ୍ମିତହାସ୍ୟର ଫଟୋ ଲଗାଇଥିଲା ଏବଂ ପୋଷ୍ଟରେ ଲେଖାଥିଲା , ‘ଏବେ ଏହା ଜଣେ ହ୍ୟାପି ରାଇଡର୍ ଫ୍ୟାନ୍ ର ଆକାଉଣ୍ଟ୍ , ଏବେ ଏହି ହ୍ୟାଣ୍ଡଲ୍ ରୁ ୧ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି ।

ଆପଣଙ୍କୁ କହିରଖୁଛୁ ସୋନୁଙ୍କ ପ୍ରଥମ ଭିଡିଓ ଟିକଟକ୍ ୟୁଜର୍ ଦାନିଶ୍ ଅନ୍ସାରୀ ରେକର୍ଡ କରିଥିଲେ । ଦାନିଶ୍ ଏହି ଭିଡିଓଟିକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଭିଡିଓରେ ସୋନୁ ୧୨ ଘଣ୍ଟା କମେ କରୁଥିବା ବେଳେ ଇନ୍ସେଟିବ୍ ମିଶାଇ ୩୫୦ ଟଙ୍କା ଦୈନିକ ମିଳେ ବୋଲି କହିଥିଲେ ।