କନକ ବ୍ୟୁରୋ : ମିଲରଙ୍କ ପ୍ରହାରରୁ ବର୍ତ୍ତିଲା ଭାରତ । ଗୁଆହାଟୀରେ ବିଜୟ ସହ ଆଗୁଆ ଟିମ୍ ଇଣ୍ଡିଆ ସିରିଜ୍ କବଜା କଲା । ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିରୋଧରେ ଘରୋଇ ଟି-୨୦ ସିରିଜ୍ ବିଜୟ ହାସଲ କରିଛି । ଭାରତ ୨୩୭ ରନ୍‌ ସଂଗ୍ରହ କରିବା ପରେ ଡେଭିଡ୍ ମିଲରଙ୍କ ଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୧୬ ରନ୍‌ରେ ହାରିଯାଇଥିଲା । ମିଲର୍ ଏବଂ କ୍ବିଣ୍ଟନ୍ ଡି’କକ୍ ୧୩.୪ ଓଭରରୁ ୧୭୪ ରନ୍‌ ଭାଗୀଦାରି କରିଥିଲେ ମଧ୍ୟ ଭାରତ ହାତରୁ ବିଜୟ ଛଡାଇ ପାରିନଥିଲେ ।

Advertisment

ଭାରତ ମାଟିରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବା ବେଳେ ରୋହିତ ଶର୍ମାଙ୍କ ଦଳ ଏକ ବହୁ ପ୍ରତୀକ୍ଷିତ ତଥା ବିରଳ ସଫଳତା ପାଇଥିଲା । ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ ପ୍ରଥମ ଥର ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାସ୍ତ କରିଦେଲା । ଏଥି ସହିତ ୨୦୨୧ ବିଶ୍ବକପ୍‌ ପରଠାରୁ ନବମ ଦ୍ବିପାକ୍ଷିକ ଶୃଙ୍ଖଳାରୁ ଅଷ୍ଟମ ବିଜୟ ପାଇଗଲା । ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୨-ରେ ଅପରାଜିତ ଅଗ୍ରଣୀ ନେଇଗଲା । ମଙ୍ଗଳବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଇନ୍ଦୋରରେ ଖେଳାଯିବ ।