ଭୁବନେଶ୍ୱରରେ ୧୨ଟି ସରକାରୀ ଟିକାକେନ୍ଦ୍ର : ପ୍ରତି ଟିକା କେନ୍ଦ୍ରରେ ଦିନକୁ ୬୦ଜଣ ନେବେ କରୋନା ଟିକା

ଘଂଟାକୁ ୧୦ଜଣ କରି ଟିକା ନେବା ପାଇଁ ବ୍ୟବସ୍ଥା; ଅନଲାଇନ୍ ପଂଜିକରଣ ନୁହେଁ ବାଧ୍ୟତାମୂଳକ

140

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ୧୨ଟି ସରକାରୀ ଟିକାକରଣ କେନ୍ଦ୍ର କରାଯାଇଛି । ପ୍ରତି କେନ୍ଦ୍ରରେ ଦିନକୁ ୬୦ ଜଣଙ୍କୁ ଟିକା ଦେବା ପାଇଁ ବନ୍ଦୋବସ୍ତ କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଟିକାକରଣ ଚାଲିଥିବା ବେଳେ ୬ଟି ସ୍ଲଟ କରାଯାଇଛି ।

କରୋନା ନିୟମକୁ ମାନି ପ୍ରତି ଘଂଟାରେ ୧୦ ଜଣ ଲେଖାଏଁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଏହି କେନ୍ଦ୍ରରେ ଟିକା ନେଉଥିବା ବ୍ୟକ୍ତିଙ୍କୁ ଅନ ଲାଇନ ପଂଜିକରଣ କରିବାକୁ ପଡ଼ୁନାହିଁ । କେବଳ ବୟସ ପ୍ରମାଣ ପତ୍ର ଦେଖାଇ ଏମାନେ ଅନସ୍ପଟ ରେଜିଷ୍ଟ୍ରେସନ୍ କରିବା ପରେ ଟିକା ନେଉଥିବା କହିଛନ୍ତି ଜୋନାଲ ଡ଼େପୁଟି କମିଶନର ଅଂଶୁମାନ ରଥ ।