ପ୍ରେମରେ ଧୋକା ଖାଇ ନିଶା ଖାଉଛନ୍ତି ୨୭ ପ୍ରତିଶତ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗବେଷଣାରୁ ମିଳିଲା ତଥ୍ୟ

237

କନକ ବ୍ୟୁରୋ: ଯୁବପିଢ଼ି ନିଶା କବଳରେ ପଡ଼ୁଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇଛି । ସମ୍ବଲପୁର ମହାନଗର ନିଗମ ଅଂଚଳରେ ନିଶା କାହିଁକି ବ୍ୟାପୁଛି ଏ ନେଇ ଗବେଷଣା କରାଯ୍ଧବଥିଲା । ଗବେଷଣାରୁ ଏପରି କିଛି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପାଠ ପଢୁନଥିବା ପିଲା ହୁଅନ୍ତୁ କି ପାଠ ପଢ଼ୁଆ ପିଲା, ନିଶା ବ୍ୟବହାର ବଢ଼ି ବଢ଼ି ଚାଲିଛି । ଗବେଷଣାରୁ ଜଣା ପଡିଛି ପ୍ରେମରେ ଧୋକା ଖାଇଲେ ବି ନିଶା ଆଡକୁ ଆକର୍ଷିତ ହୋଇଥାନ୍ତି ଯୁବପିଢ଼ି । ନଜର ପକାନ୍ତୁ କିଛି ପ୍ରମୁଖ କାରଣ ଉପରେ –

କାହିଁକି ଖାଉଛନ୍ତି ନିଶା?
ସାମାଜିକ-ଅର୍ଥନୈତିକ-ପାରିବାରିକ ସମସ୍ୟା ଯୋଗୁଁ ୬୧.୫ % ନିଶା ଆଡକୁ ଢଳୁଛନ୍ତି
ଆତ୍ମସନ୍ତୋଷ ପାଇଁ ୨୯ %
ପ୍ରେମରେ ଧୋକା ଖାଇଲେ ୨୭.୫ % ନିଶା ଖାଉଛନ୍ତି
କର୍ମ କ୍ଷେତ୍ରରେ ଚାପ ଯୋଗୁଁ ୨୫.୨ %
ବେକାରୀ ପାଇଁ ୧୨.୫ %
ପରୀକ୍ଷାରେ ଭଲ ମାର୍କ ନଥିଲେ ୧୦ %
କୁସଙ୍ଗରେ ପଡ଼ି ୮.୫ %
ମାନସିକ ବିଷାଦ ପାଇଁ ୭ %

ଉନ୍ନତମାନର ଜୀବନ ବଂଚୁନଥିବାରୁ ୩.୫ % ନିଶା ଖାଉଥିବା ଗବେଷଣାରୁ ଜଣାପଡ଼ିଛି
ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୭ ଜଣ ଛାତ୍ରଛାତ୍ରୀ ନିଶା କବଳରେ ପଡୁଛନ୍ତି । ନିଶା ସେବନକାରୀଙ୍କ ମଧ୍ୟରେ –

ନିଶା ସେବନ
୧୭ % ପାଠ ପଢ଼ିନାହାନ୍ତି
୧୨ % ଶିକ୍ଷିତ
୧୮.୨ % ପ୍ରାଥମିକ ଶିକ୍ଷା ପାଇଛନ୍ତି
୩୪.୬ % ସେକେଣ୍ଡାରୀ ସ୍କୁଲ ଶିକ୍ଷା
୫ % ଉଚ୍ଚଶିକ୍ଷିତ ରହିଛନ୍ତି

ନଜର ପକାନ୍ତୁ କେଉଁପ୍ରକାର ନିଶା ସେବନ ବଢ଼ି ଚାଲିଛି ।
ନିଷିଦ୍ଧ କଫ୍ ସିରଫ୍, ଏନ୍-୧୦, ଆଲଫ୍ରାକ୍ସ ଟାବଲେଟ୍, ବ୍ରାଉନସୁଗାର, ଭାଙ୍ଗ
ହାଣ୍ଡିଆ, ମହୁଲି, ବିଦେଶୀ ମଦ
ପାନ, ଗୁଟଖା, ବିଡ଼ି, ସିଗାରେଟ୍ ଓ ଗଂଜେଇ ଆଦି ନିଶାଦ୍ରବ୍ୟ

ସମ୍ବଲପୁର ସହାରାଂଚଳରେ ୪୮୦ ଜଣଙ୍କୁ ନେଇ ସର୍ଭେ କରାଯାଇଥିଲା । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଗବେଷଣା କରାଯାଇଥିଲା । ଛାତ୍ରଛାତ୍ରୀମାନେ କୋରାକ୍ସ ଭଳି ନିଷିଦ୍ଧ କଫ୍ ସିରଫ୍ ଓ ନିଶା ଟାବଲେଟ୍ ଅଧିକ ବ୍ୟବହାର କରୁଛନ୍ତି । କାରଣ ଏହା ଅତି ସହଜରେ ବଜାରରେ ମିଳୁଛି, ଏଥିରେ ଦୁର୍ଗନ୍ଧ ବାହାରୁନାହିଁ ।