ମାଲକାନଗିରିରେ ଅସୁସ୍ଥ ୨୭ଶିଶୁ । ମାଡିବସିଛି ସଂକ୍ରମଣ ଓ ଥଣ୍ଡାକାଶ, ବଢିଲା ଜିଲ୍ଲା ପ୍ରଶାସନର ଚିନ୍ତା ।

207

କନକ ବ୍ୟୁରୋ : ମାଲକାନଗିରିରେ ପୁଣି ଅସୁସ୍ଥ ଶିଶୁ । କାଟନପାଲି ଗାଁରେ ୨୭ ଜଣ ଶିଶୁ ଅସୁସ୍ଥ ହେବା ପରେ ଜିଲ୍ଲା ପ୍ରଶାସନର ବଢିଯାଇଛି ଚିନ୍ତା । ଗାଁର ବର୍ଷେରୁ ଦୁଇ ବର୍ଷର ବହୁ ଶିଶୁ ସଂକ୍ରମଣ ଓ ଥଣ୍ଡାକାଶରେ ପୀଡିତ ହୋଇଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଅବସ୍ଥା ଗରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନଆସିବାରୁ ଶିଶୁମାନଙ୍କୁ କାଲିମେଳା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସିଡିଏମଓଙ୍କ ନିର୍ଦ୍ଦେଶ ପରେ ଏମଭି-୭୯ର ସ୍ୱାସ୍ଥ୍ୟକର୍ମୀ ଶିଶୁମାନଙ୍କୁ ଆଣି କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ।