ନୟାଗଡ ଜିଲ୍ଲାରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ । ଜଣେ ବେପାରୀ ଗିରଫ । 

65

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ଗାଁର ପ୍ରକାଶ ଚନ୍ଦ୍ର ବେହେରା ଦୀର୍ଘ ଦିନ ଧରି ରଣପୁର ଓ ଆଖପାଖ ଅଞ୍ଚଳରେ ବ୍ରାଉନସୁଗାରର କାୟା ବିସ୍ତାର କରିଚାଲିଥିଲା।

ବିଶେଷ ସୂତ୍ରରୁ ଖବର ପାଇ ରଣପୁର ପୁଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ପ୍ରୟାସରେ ଗତକାଲି ବିଳମ୍ବିତ ରାତି ସାଢେ ୧୨ ଟାରେ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରେ ଚଢଉ କରି ପ୍ରକାଶକୁ ଗିରଫ କରିଥିଲେ। ଏଥିରେ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ସେକେଣ୍ଡ ଅଫିସର ପ୍ରିତିପ୍ରକାଶ ମହାନ୍ତି ଓ ଏସ.ଟି.ଏଫ ଫୋର୍ସ ପ୍ରମୁଖ ସାମିଲ ଥି‌‌ଲେ ।