ଫୁଡ ଏଗ୍ରିମେଂଟର କଂପାନୀ ଜୋମାଟୋ ଭାରତରେ ୨୬ ସପ୍ତାହର ପୈତୃକ ଅବକାଶ(parental-leave) ଦେବାକୁ ଘୋଷଣା କରିଛି । ଯାହାର ଅର୍ଥ ହେଲା କୌଣସି ବି କାମକାର୍ଯ୍ୟ କରୁଥିବା ମହିଳାଙ୍କ ଭଳି ପୁରୁଷଙ୍କୁ ବି ପୈତୃକ ଅବକାଶ ଭାବେ ଛୁଟି ମିଳିବ । ସରକାରୀ ନିୟମ ଅନୁସାରେ, ଚାକିରିଆ ଗର୍ଭବତୀ ମହିଳାଙ୍କୁ ଶିଶୁର ଦେଖାଶୁଣା ପାଇଁ ୨୬ ସପ୍ତାହ ତଥା ପାଖାପାଖି ୬ମାସ ପର୍ଯ୍ୟନ୍ତ ଛୁଟି ମିଳିଥାଏ । ଯାହାକୁ ମାତୃତ୍ୱ ଅବକାଶ ବା ମେଟର୍ନିଟି ଲିଭ୍ (women casual leave)ବୋଲି କୁହାଯାଏ ।

Advertisment

ତେବେ ଜୋମାଟୋ ତରଫରୁ ଆରମ୍ଭ କରାଯାଇଥିବା ନୂଆ ଅଭିଯାନ ପରେ ପୁରୁଷମାନେ ବି ପୈତୃକ ଅବକାଶର ଫାଇଦା ଉଠାଇପାରିବେ । ସରଳ ଭାଷାରେ କହିଲେ ବାପା ହେବା ପରେ ପୁରୁଷଙ୍କୁ ବି ଛୁଟି ମିଳିବ । ତେବେ  ଜୋମାଟୋ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂଆ ପଲିସି ସେରୋଗେସି, ଆଡପ୍ସନ ଏବଂ ସମଲିଙ୍ଗୀକ ପାଟନରଙ୍କ ଉପରେ ଲାଗୁ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଅଭିଭାବକଙ୍କୁ କଂପାନୀ ତରଫରୁ ସନ୍ତାନ ପିଛା ୧ ହଜାର ଡଲାର ତଥା ପାଖାପାଖି ୭୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଯେଉଁମାନେ ବିଗତ ୬ ମାସ ମଧ୍ୟରେ ନୂଆ କରି ପ୍ୟାରେଂଟ ବନିଥିଲେ, ସେହିମାନେ ହିଁ କଂପାନୀର ଏହି ପଲିସିର ଲାଭ ଉଠାଇ ପାରିବେ ।

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ଭାରତରେ ଚାକିରିଆ ମହିଳାଙ୍କୁ ୧୨ ସପ୍ତାହ ମାତୃତ୍ୱ ଅବକାଶ ମିଳୁଥିଲା । ତେବେ ୨୦୧୭ରେ ଏହାକୁ ବୃଦ୍ଧି କରାଯାଇ ୨୬ ସପ୍ତାହ କରାଯିବାର ପ୍ରସ୍ତାବକୁ ସଂସଦରେ ମଂଜୁରୀ ମିଳିଥିଲା । ଏହି ନିୟମ ପରେ ୩ ମାସରୁ କମ ବୟସର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କିମ୍ବା ସେରୋଗେଟ ମାଆଙ୍କୁ ମଧ୍ୟ ୧୨ ସପ୍ତାହର ଛୁଟି ଦିଆଯାଇଥାଏ । ଭାରତଠାରୁ ଅଧିକ ଛୁଟି କେବଳ କାନାଡା ଏବଂ ନରୱେରେ ଦିଆଯାଇଥାଏ । କାନାଡାରେ ୫୦ ସପ୍ତାହ ଛୁଟି ଦିଆଯାଉଥିବା ବେଳେ ନରୱେରେ ୪୪ ସପ୍ତାହର ଅବକାଶ ମିଳିଥାଏ ।