ଅକ୍ସିଜେନ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ମୃତ । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୬୦ ରୋଗୀ

229

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଏହା ଭିତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ଅକ୍ସିଜେନର ଅଭାବ ଏବେ ପୁରା ଚିକିତ୍ସା ବ୍ୟବସ୍ଥାକୁ ବେହାଲ କରି ରଖିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଂଟା ଭିତରେ ଅକ୍ସିଜେନ ଅଭାବରୁ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆହୁରି ୬୦ ଜଣ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ସାର ଗଙ୍ଗାରାମ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ କହିଛନ୍ତି କି ମହଜୁତ ଥିବା ଅକ୍ସିଜେନ ସର୍ବାଧିକ ୨ ଘଂଟା ଚାଲିବ । ଅକ୍ସଜେନ ସ୍ତର କମିଯିବାରୁ ଭେଣ୍ଟିଲେଟର ଓ ବିଆଇପିଏପି ମେସିନର ପ୍ରଭାବ କମିବାରେ ଲାଗିଛି । ଗମ୍ଭୀର ରୂପେ ଆକ୍ରାନ୍ତ ଆଉ ୬୦ ରୋଗୀ ଏବେ ସଂକଟାପର୍ଣ୍ଣ ଅବସ୍ଥାରେ ରହିଛନ୍ତି ।

ଅକ୍ସିଜେନର ଅଭାବ, ବେଡର ଅଭାବ, ଔଷଧର ଅଭାବ ଭିତରେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟାରେ ପୁଣି ୨୬,୧୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩୦୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦିଲ୍ଲୀରେ ସଂକ୍ରମଣ ହାର ୩୬.୨୪ ପ୍ରତିଶତ ରହିଛି ।
ଗୁରୁବାରର ସଂକ୍ରମଣ ସହ ଏବେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୫୬,୩୪୮ ରେ ପହଂଚିଛି ।