ରାଜଧାନୀରେ କାୟା ମେଲାଉଛି କରୋନା । ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୨୪୮ ଆକ୍ରାନ୍ତ

2,296

କନକ ବ୍ୟୁରୋ: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ଆଜି ଉଗ୍ର ରୂପ ଦେଖାଇଛି । ଆଜି ରାଜଧାନୀରୁ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ୨୦୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ହେଉଛନ୍ତି ଲୋକାଲ କେସ । ଅପରପକ୍ଷେ ଭୁବନେଶ୍ୱରରୁ ଆଜି ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୭୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୮୩୪ ଜଣ ସୁସ୍ଥ ହୋଇଥିବା ବେଳେ ୮୭୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ କରୋନାରେ ଆକ୍ରାନ୍ତ ୧୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇସାରିଛି ।

ଗତକାଲି ଓ ଜୁଲାଇ ୨୨ ତାରିଖରେ ମଂଚେଶ୍ୱର ସ୍ଥିତ ଏକ ଅଟାକଳରୁ ୬୦ରୁ ଉର୍ଦ୍ଧ୍ୱ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବିଜେବି ନଗରସ୍ଥିତ ହରି ନଗର ଅନ୍ତର୍ଗତ ମହୀଷିଖାଳ ବସ୍ତିରୁ ୪୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।