ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ୧୨,୫୦୦ ଫୁଟ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଉଡାଇଲେ ତ୍ରିରଙ୍ଗା ।

128

କନକ ବ୍ୟୁରୋ: ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ଜାନୁଆରୀ ୨୪ ଅପରାହ୍ନ ୧୨ଟା ୫୧ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ ପହଞ୍ଚିଛନ୍ତି ଏହି ପର୍ବତାରୋହୀମାନେ । -୫ ଡିଗ୍ରୀ ସେଲିସିୟସ ରୁ -୧୦ ଡିଗ୍ରୀ ସେଲିସିୟସ ହାଡଭାଙ୍ଗା ଶୀତରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ପହଞ୍ଚି ଜାତୀୟ ପତାକା ଉଡେଇଛନ୍ତି ।

ଏହି କାର୍ୟ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା ବାବୁଶାନ ମହାନ୍ତି ଭୁବନେଶ୍ୱରଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ବିଜୟ ଯାତ୍ର ପାଇଁ ଶୁଭକାମନା ଜଣେଇଥିଲେ ।

କଳାହାଣ୍ଡିରୁ ଡ. ସତ୍ୟପୀର ପ୍ରଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେଶବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ ।

ସେହିପରି ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ୍ ଛତ୍ରୀଆ, ଘନ ସତନାମୀ, ନିଳକମଲ ସାହୁ, ଛବିଲାଲ ମେହେର କନ୍ଧମାଳରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ ସିଂହା, ରାଉରକେଲାରୁ ବୈଦ୍ୟନାଥ ସିଂହା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ଟିମରେ ସାମିଲ ହୋଇଥିଲେ।

କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା କରୋନା ମହାମାରୀ ବ୍ୟାପିବା ପୂର୍ବରୁ ସଚେତନତା ନିମନ୍ତେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଏବଂ ବର୍ତ୍ତମାନ କରୋନା ଯୋଦ୍ଧା ମାନଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ ସ୍ଥିତ ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ରେ ଜାତୀୟ ପତାକା ଉଡେଇଛନ୍ତି ବୋଲି କଳିଙ୍ଗ ଡେୟାର୍ ଡେଭିଲ୍ସ୍ ର ସଭାପତି ଡ଼. ସତ୍ୟପୀର ପ୍ରଧାନ ସୂଚନା ଦେଇଛନ୍ତି ।