ଶ୍ରୀଲଙ୍କା ବିପକ୍ଷରେ ଚମକିଲେ ସୂର୍ଯ୍ୟ । ମାତ୍ର ୪୫ ବଲରୁ ହାସଲ କଲେ ଶତକ ।

169

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ୩ୟ ଟି-୨୦ରେ ଚମକିଲେ ସୂର୍ଯ୍ୟକୁମାର । ମାତ୍ର ୪୫ ବଲରୁ ହାସଲ କଲେ ଶତକ । ଶନିବାର ଶ୍ରୀଲଙ୍କା ବିପକ୍ଷରେ ରନ୍ ବର୍ଷା କରିବା ସହ ସୂର୍ଯ୍ୟକୁମାର ଅନ୍ତର୍ଜାତୀୟ ଟି- ୨୦ ମ୍ୟାଚରେ ୩ୟ ଶତକ ହାସଲ କରିଛନ୍ତି । ଏଥିସହ ୨୦୨୩ ବର୍ଷରେ ପ୍ରଥମ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ।

ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଏହାପରେ ବ୍ୟାଟିଂ କରିବାକୁ ପିଚକୁ ଓହ୍ଲାଇଥିଲେ ଇଶାନ କିଷାନ ଓ ଶୁଭମନ୍ ଗିଲ । ଇଶାନ କିଷାନ ସଅଳ ଆଉଟ୍ ହେଇ ଫେରିଯାଇଥିବାବେଳେ, ଶୁଭମନ୍ ଗିଲ ଧିମା ଆରମ୍ଭ କରିଥିଲେ । ତେବେ ରାହୁଲ ତ୍ରିପାଠୀ ଓ ସୂର୍ଯ୍ୟକୁମାରଙ୍କ ତୁଫାନୀ ଇଂନିସ ଯୋଗୁ ଭାରତର ରନ୍ ଗତି ଆଗକୁ ବଢିଥିଲା । ତେବେ ରାହୁଲ ତ୍ରିପାଠୀ ମାତ୍ର ୧୬ ବଲରୁ ୩୫ ରନ୍ କରିଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ୪ ରନ୍, ଦୀପକ ହୁଡ୍ଡା ୪ ରନ୍ କରି ଆଉଟ୍ ହୋଇଥିଲେ ।