Daily Archives

September 25, 2022

ସହିଦଙ୍କ ପାଇଁ ‘ସହିଦ ସମ୍ମାନ ସମାରୋହ’ । ସମ୍ମାନିତ ହେଲେ ୧୩ ପରିବାର ସଦସ୍ୟ।

କନକ ବ୍ୟୁରୋ: ସମ୍ବର୍ଦ୍ଧିତ ହୋଇଛନ୍ତି ସହିଦ ପରିବାର । ରାଉରକେଲାରେ ଆୟୋଜିତ ହୋଇଛି ‘ସହିଦ ସମ୍ମାନ ସମାରୋହ ‘ । ଯେଉଁଥିରେ ୧୩ ସହିଦ ପରିବାରକୁ ସମ୍ମାନ୍ନିତ କରାଯାଇଛି । ସେନା ଓ ପୁଲିସବାହିନୀରେ କାର୍ଯ୍ୟରତ ଥାଇ ସହିଦ ହୋଇଥିବା ୧୩ ଜଣଙ୍କ ପରିବାରକୁ ମାନପତ୍ର ସହିତ ନଗଦ ଅର୍ଥ ପ୍ରଦାନ…

ବାଲେଶ୍ୱର ବସ୍ତାର ଦୁଇଟି ମନ୍ଦିରରୁ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍। ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ।

କନକ ବ୍ୟୁରୋ: ମାତିଛନ୍ତି ଲୁଟେରା, ବାଦ୍ ପଡ଼ୁନି ମଠମନ୍ଦିର । ରାତି ଅଧରରେ ଲୁଟି ନେଉଛନ୍ତି ମନ୍ଦିର ଟଙ୍କା ସୁନା । ବାଲେଶ୍ୱର ବସ୍ତା ଦରଡ଼ାରେ ଥିବା ଉମା ମହେଶ୍ୱର ମନ୍ଦିର ଓ କୁଣ୍ଡେଇରେ ଥିବା ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟପାଟ୍ ହୋଇଛି । ଦୁର୍ବୃତ୍ତ ମନ୍ଦିର ଭିତରେ…

ସମ୍ବଲପୁର କୁଚିଣ୍ଡାରେ ଦଶହରା ପାଇଁ ପ୍ରସ୍ତୁତି ଶେଷ। ମାଆଙ୍କ ପୂଜା ପାଇଁ ଚଳଚଞ୍ଚଳ ସହର।

କନକ ବ୍ୟୁରୋ: କିଛି ଦିନ ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇଛି ଗାଁରୁ ସହର । ସମ୍ବଲପୁର କୁଚିଣ୍ଡାରେ ମାଆ ଦୁର୍ଗାଙ୍କ ପାଇଁ ବେଶ ଜାକଜମକରେ ପ୍ରସ୍ତୁତି ଚାଲିଛି । କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ହେଲା ପୂଜା ବନ୍ଦ ଥିବା ବେଳେ ଚଳିତଥର ବେଶ ଧୁମଧାମରେ ଚାଲିବ ପୂଜା । ସୁଉଚ୍ଚ ତୋରଣ ସାଙ୍ଗକୁ…

ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା। ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନଅଦିନ ଧରି ଚାଲିବ ଶାକ୍ତ ଗୁଣ୍ଡିଚା ଯାତ୍ରା। 

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା । ଆଜିଠାରୁ ଆରମ୍ଭ ହୋଇଛି ନବଦିନ ବ୍ୟାପୀ ଶାକ୍ତ ଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ, ଦେବୀ ଦୁର୍ଗାଙ୍କୁ ସାଙ୍ଗରେ ଗୁପ୍ତ ଯାତ୍ରା କରିବାର ରହିଛି ବିଶ୍ୱାସ । ଆଉ ସେହି ବିଶ୍ୱାସ ଆଧାରରେ ପ୍ରତିବର୍ଷ ଭଳି…

ଆଜି ପବିତ୍ର ମହାଳୟା, ପରମ୍ପରା ଅନୁସାରେ ମାଆ ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତିରେ ଖଡ଼ି ଲାଗି । 

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ମହାଳୟା, ଖଡ଼ି ଚଢା ଅମାବାସ୍ୟା । ପରମ୍ପରା ଅନୁସାରେ ଆଜିର ଦିନରେ ମାଆ ଜଗତଜନନୀ ଦୁର୍ଗାଙ୍କ ମୂର୍ତିରେ ଖଡି ଚଢା ହୋଇଥାଏ । ଏହା ପରେ ପରେ ମାଆଙ୍କର ସମସ୍ତ ରୀତିନୀତି ହୋଇଥାଏ । କଟକ ବାଲୁ ବଜାରରେ ଥିବା ବିନୋଦ ବିହାରୀ ପୂଜା କମିଟିରେ ବେଶ ନିଆରା ଭାବରେ…

ରାଜଗାଙ୍ଗପୁର ଅଞ୍ଚଳରେ ବେଆଇନ୍ ଭାବେ ଚାଲିଛି କୁକୁଡା ଲଢେଇ। ପୁଲିସର ଅଚାନକ ଚଢାଉରେ ୨୭ ଗିରଫ।

କନକ ବ୍ୟୁରୋ: ଗାଡି ସିଟରୁ ବାହାରୁଛି ପୁଳା ପୁଳା ଟଙ୍କା । ବେଆଇନ୍ ଭାବେ ଚାଲିଥିବା କୁକୁଡା ଖେଳ ଉପରେ ପୁଲିସର ଚଢାଉ କରିଛି । ଚଢାଉ ସମୟରେ ଲକ୍ଷାଧିକ ଟଙ୍କା ସହ ୨୭ଜଣଙ୍କୁ ପଚରାଉଚୁରା କରୁଛି ପୁଲିସ । ରାଜଗାଙ୍ଗପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଏହି ଚଢାଉ କରାଯାଇଛି । ପୂର୍ବରୁ ଏହି…