Daily Archives

September 11, 2022

ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ମଦ। ସିଡିଏମଓ କହିଲେ, ମୃତକଙ୍କର ଥିଲା ଗମ୍ଭୀର କିଡନୀ ସମସ୍ୟା।

କନକ ବ୍ୟୁରୋ: ହଳଦୀକୁଣ୍ଡ ଗାଁର ମୃତ ଆଇତା ମଡକାମୀଙ୍କ ପରିବାର ଲୋକ ଦୁଃଖରେ । କନକ ନ୍ୟୁଜ କ୍ୟାମେରାରେ ତାଙ୍କ ସ୍ତ୍ରୀ ବଖାଣିଛନ୍ତି ଆଇତାଙ୍କ ମୃତ୍ୟୁ ଘଟିବାର ସତ । କିଛି ଦିନ ତଳେ ସେ ବିଷାକ୍ତ ମାଂସ ଖାଇ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଝଡାଫୁଙ୍କା…

ଜଗନ୍ନାଥଙ୍କର କୋହିନୂର ହୀରା। କନକ ନ୍ୟୁଜ ହାତରେ ଲାଗିଲା ସଂକଳ୍ପପତ୍ର।

କନକ ବ୍ୟୁରୋ: ପ୍ରାୟ ୨୦୦ ବର୍ଷ ପୂରୁଣା ଏହି ସଙ୍କଳ୍ପ ପତ୍ର ଉପରେ । ଯାହା ସ୍ପଷ୍ଟ କରୁଛି କି କୋହିନୂର ହୀରା ଶ୍ରୀ ଜଗନ୍ନାଥଙ୍କର । ୧୮୩୦ ମସିହାର ଏହି ପତ୍ରରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଲାହୋର ରାଜା ରଣଜିତ୍ ସିଂ କୋହିନୂର ହୀରାକୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଦାନ କରିଥିଲେ ।…

କୁଆଡେ ଲମ୍ବିଛି ନକଲି ଔଷଧ କାରବାର ଚେର? ରାଜ୍ୟ ବାହାରକୁ ଯିବ ଡ୍ରଗ କଂଟ୍ରୋଲର ଟିମ୍ 

କନକ ବ୍ୟୁରୋ: କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି । ଡ୍ରଗ୍ସ କଂଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି । ଏହା ପରେ ଏହି କାରବାର କରୁଥିବା ଭିଆର ଏଜେନ୍ସିର ମାଲିକ ବର୍ଷାରାଣୀ କୌଲ ଓ ତାଙ୍କ ପୁଅ ଏବଂ ପୂଜା…

ବର୍ଷାରେ ଭିଜି ଭିଜି ହକ୍ ପାଇଁ ଆନ୍ଦୋଳନ। ରାଜଧାନୀରେ ଚୁକ୍ତିଭିତିକ କର୍ମଚାରୀ, ଶିକ୍ଷକଙ୍କ ବିକ୍ଷୋଭ। 

କନକ ବ୍ୟୁରୋ: ବର୍ଷାରେ ଭିଜି ଭିଜି ଆନ୍ଦୋଳନ । ରାଜଧାନୀର ଲୋୟର ପିଏମଜିରେ ଏଭଳି କିଛି ଦୃଶ୍ୟ ରବିବାର ସାମ୍ନାକୁ ଆସିଥିଲା  । ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଚୁକ୍ତିଭିତିକ କର୍ମଚାରୀ ଓ ଶିକ୍ଷକ । ତୁହାକୁ ତୁହା ବର୍ଷାକୁ ବେଖାତିର…

ଅବପାତ ପ୍ରଭାବରେ ସାରାରାଜ୍ୟରେ ବର୍ଷା। ଆସନ୍ତାକାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। 

କନକ ବ୍ୟୁରୋ: ଦକ୍ଷିଣ ଓଡି଼ଶା ଉପରେ ସକ୍ରିୟ ରହିଛି ଅବପାତ । ଘଣ୍ଟାପ୍ରତି ୨୫ କିମି ବେଗରେ କରୁଛି ଗତି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଭବାନୀପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଦୂରରେ କେନ୍ଦ୍ରୀଭୂତ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ଟାର୍ଗେଟ ୨୦୨୪, ବଳ କଷୁଛି ବିରୋଧୀ। ୧୩ ତାରିଖରୁ ପୁରୀରେ ରାଜ୍ୟ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର। 

କନକ ବ୍ୟୁରୋ: ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓଡ଼ିଶା ଆସିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିବା ପରେ ଚିହିଁକି ଉଠିଛି ବିଜେଡି । କେନ୍ଦ୍ରମନ୍ତ୍ରୀ, ସିବିଆଇ ଓ ଇଡିର ମୁଖପାତ୍ର ଭଳି ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ…