Daily Archives

January 2, 2022

ବଢୁଛି ସଂକ୍ରମଣ, ଫେରୁଛି କଟକଣା । ପୁଣି ହେବନି ତ ଲକଡାଉନ୍ ?

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପୁଣି ଫେରିଲା କରୋନା କଟକଣା । ପଶ୍ଚିମବଙ୍ଗ ସରକାର ସ୍କୁଲ କଲେଜ, ସେଲୁନ ଓ ସ୍ପାକୁ ଆସନ୍ତାକାଲି ଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ଗାଇଡଲାଇନ୍ ଜାରି କରିଛନ୍ତି । ମୁଖ୍ୟ…

ବିଷ୍ଣୁପଦ ସେଠୀ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ସଚିବ । କରୋନା ବେଳେ ସାମ୍ନାରେ ଅଛି ଅନେକ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ବିଷ୍ଣୁପଦ ସେଠୀ । ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ । ଏହି ବରିଷ୍ଠ ଆଇଏଏସ ଅଫିସରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେବେ କରୋନା ମହାମାରୀ ବେଳେ ତାଙ୍କ ସାମ୍ନାରେ ଏବେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରଥମରୁ ପଞ୍ଚମ…

ଯୋଗୀ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ, ଯୋଗୀ ଓ ମୋଦୀଙ୍କୁ ଜଣାଇଲେ ଗୁହାରୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ ଥିବା ଆଶୁତୋଷ ଟଣ୍ଡନଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଅଭିଯୋଗ ଆଣିଥିବା ଦିଶା କହିଛନ୍ତି କି ମନ୍ତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି । ଏନେଇ ଦିଶା…

ଆସିଲା ୨୩ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ୧୯ ଜଣ ପୁରୁଷ, ୪ ଜଣ ମହିଳା । ସର୍ବାଧିକ କେନ୍ଦୁଝରରୁ ଚିହ୍ନଟ । 

କନକ ବ୍ୟୁରୋ: ଆସିଲା ୨୩ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ସମସ୍ତ ତଥ୍ୟ ଦେଲେ ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ, ୪ ଜଣ ମହିଳା । ସମସ୍ତଙ୍କ ବୟସ ୮ରୁ ୮୩ ବର୍ଷ ହୋଇଥିବା ବେଳେ ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪ , ବୌଦ୍ଧରୁ…

ଓମିକ୍ରନ ବଢାଉଛି ଓଡିଶାର ସଂକ୍ରମଣ? ୨୪ ଘଂଟାର ୪୨୪ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ଆଶଙ୍କା

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପଛରେ ରହିଛି କି ଓମିକ୍ରନ ପ୍ରଜାତି । ୨୪ ଘଂଟାର ୪୨୪ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତର ଏଭଳି ଆଶଙ୍କା କରୁଛନ୍ତି । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରନ୍ତଙ୍କ ମଧ୍ୟରେ ଓମିକ୍ରମ ଆକ୍ରାନ୍ତ ରହୁଥିବା ସନ୍ଦେହ କରୁଛନ୍ତି ବରିଷ୍ଠ…

ଆଇଏଏସ ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ

କନକ ବ୍ୟୁରୋ: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ରାଜ୍ୟରେ ଓମିକ୍ରନ ଭୟ ବଢୁଥିବା ବେଳେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପଦରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ମିଳିଛି । ସେହିପରି ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ…