Daily Archives

December 7, 2021

ଭିଜିଲାନ୍ସ ଜାଲରେ ଓଏସଏପି ସିପାହୀ: ଘରୁ ଠାବ ହେଲା ୧ କୋଟି ୨୬ ଲକ୍ଷରୁ ଅଧିକ ସମ୍ପତ୍ତି

କନକ ବ୍ୟୁରୋ: ଓଏସଏପି ଷଷ୍ଠ ବାଟାଲିୟନର ସିପାହୀଙ୍କ ଘରେ ରେଡ୍ । ସିପାହୀଙ୍କର ୧ କୋଟି ୨୬ ଲକ୍ଷରୁ ଅଧିକ ସମ୍ପତ୍ତି ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । କଟକର ତିନିଘରିଆରେ ୩ ମହଲା କୋଠା ଠାବ ।…

ଲଗାଣ ବର୍ଷାରେ ଧାନବିଲରେ ପଶିଗଲା ପାଣି । ବର୍ଷା ଚାଲିଯିବା ପରେ ଚାଷୀ ଆଖିରୁ ଶୁଖୁନି ଲୁହ

କନକ ବ୍ୟୁରୋ: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଚାଲିଯିବା ପରେ ପାଗ ଧୀରେଧୀରେ ଠିକ୍ ହେଲାଣି, ମେଘୁଆ ପାଗ ଯାଇ ଖରା ବି ଆସିଲାଣି କିନ୍ତୁ ଚାଷୀଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଲଗାଣ ବର୍ଷା ଉପକୂଳ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛି । ଅମଳ ସମୟରେ ସୁନାର ଫସଲ ଦେଖି ଚାଷୀ ମୁହଁରେ ଯେଉଁଠି ହସ…

ଓମିକ୍ରନକୁ ନେଇ ଆସିଲା ଭଲ ଖବର । ରାଜସ୍ଥାନର ୯ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଠାକ୍ ।

କନକ ବ୍ୟୁରୋ: ସମଗ୍ର ବିଶ୍ୱରେ କୋଭିଡର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ, ରାଜସ୍ଥାନରୁ ଆସିଛି ଭଲ ଖବର । ରାଜସ୍ଥାନରେ ଚିହ୍ନଟ ହୋଇଥିବା ୯ ଜଣ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଅଧିକାଂଶ ସଂକ୍ରମିତଙ୍କ ଠାରେ କୈାଣସି ଲକ୍ଷଣ ନଥିବା ବେଳେ ଜଣେ ଦୁଇ…

ଓମିକ୍ରନକୁ ନେଇ ଆଶଙ୍କା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ସଂକ୍ରମିତ ହେଉଥିଲେ ବି ଘାତକ ହେଉନି ଭୂତାଣୁର ନୂଆ ପ୍ରଜାତି

କନକ ବ୍ୟୁରୋ: ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଆଶଙ୍କା ଦେଖାଦେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହି ତଥ୍ୟ ଅନୁସାରେ ଯଦିଓ ‘ଓମିକ୍ରନ’ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ । ଡେଲଟା ଭାରିଏଣ୍ଟ ତୁଳନାରେ ଏହି ନୂଆ ପ୍ରଜାତି ୨…

ଚାଲିଗଲେ ଚାଟଶାଳୀ ମାଷ୍ଟ୍ରେ ନନ୍ଦ ପୃଷ୍ଟି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ପଢନ୍ତୁ,…

କନକ ବ୍ୟୁରୋ: ମୃତ୍ୟୁର ମାତ୍ର ଏକ ମାସ ପୂର୍ବରୁ ସାରା ଦେଶ, ଜଣେ ବ୍ୟକ୍ତିଙ୍କ ଅବଦାନକୁ ଚିହ୍ନିଲା, ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କଲା, ଚାରିଆଡେ ସେହି ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହେଲା, କିନ୍ତୁ ଏହାର ଏକ ମାସ ବି ପୁରିନଥିଲା, ସେହି ବ୍ୟକ୍ତି ଜଣଙ୍କ ସବୁଦିନ ପାଇଁ…

ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା । ଭିତରେ ଓ ବାହାରେ ଶାସକ ବନାମ ବିରୋଧୀ। ଷଷ୍ଠ ଦିନରେ ବି ଗୃହ ଅଚଳ

କନକ ବ୍ୟୁରୋ: ଏଥର ବିଧାନସଭାରେ ଯେଉଁ ଘଟଣା ସବୁ ଦେଖିବାକୁ ମିଳୁଛି ତାହା ବୋଧ ହୁଏ, ଆଗରୁ କେବେ ଘଟିନଥିଲା । ଲାଗୁଥିଲା ସବୁ ରାଜନୈତିକ ଦଳ ମିଶି ବିଧାନସଭା ବନ୍ଦ କରିବା ପାଇଁ ଲାଗିପଡିଛନ୍ତି । ବିଜେପି ସଦସ୍ୟମାନେ ଘଣ୍ଟ ବାଡଉଥିଲେ, କଂଗ୍ରେସ ପ୍ଲାକାର୍ଡ ଦେଖାଉଥିଲା ଏବଂ ବିଜେଡି…