Daily Archives

October 26, 2021

ବାବର ଆଜମଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ୧୦ ବର୍ଷ ଧରି ଯୌନଶୋଷଣ କରିଥିବା ଅଭିଯୋଗ ଆଣିଥିଲେ ପ୍ରେମିକା ।

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ୍ ଏବେ ସବୁ ଗଣମାଧ୍ୟମରେ ଚର୍ଚ୍ଚାର ଶୀର୍ଷବିନ୍ଦୁ ସାଜିଛନ୍ତି । ଭାରତ ବିପକ୍ଷରେ ପାକିସ୍ତାନର ବଡ ବିଜୟ ତାଙ୍କୁ ଏହି ଖାସ୍ ଉପଲବ୍ଧି ଦେଇଛି । ତେବେ କ୍ରିକେଟ୍ ବ୍ୟତୀତ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ୍…

ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କୁ ମିଳୁନି ବେଲ୍ । କାଲିକୁ ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି । 

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଏନସିବି ଆଜି ମଧ୍ୟ ଆରୟନ ଖାନଙ୍କ ଜାମିନ ଆବେଦନକୁ ବିରୋଧ କରିଛି । ଆଜି ଆରୟନଙ୍କ ଓକିଲ ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ…

ଭୂତାଣୁ ବେଳେ ଭସାଣି ଭିଡ । ଗଞ୍ଜାମରେ କମିଗଲା କି କରୋନା ?

କନକ ବ୍ୟୁରୋ: ଭୂତାଣୁ ଭୟ ଭୁଲିଗଲେ, ଭସାଣିରେ ଭିଡ ଜମାଇଲେ । ଲକ୍ଷ୍ମୀପୂଜା ଭସାଣିରେ ଡିଜେ ବଜାଇ, ନିର୍ଧୂମ ନାଚିଲେ ଲୋକେ । କରୋନା କଟକଣାକୁ ଦଳିଚକଟି ଦେଲେ, ରାସ୍ତା ଉପରେ ମେଳା କଲେ ଶତାଧିକ ଲୋକ । ପାର୍ବଣ ବେଳେ କରୋନା କଟକଣା ଲାଗିଥିବା ବେଳେ ଶୋଭାଯାତ୍ରା, ଆଡମ୍ବରପୂର୍ଣ୍ଣ ଭସାଣି…

କୋଟିଆ ମାମଲାରେ ଓଡ଼ିଶା ସହ ବିବାଦ ବଢ଼ାଉଛି ଆନ୍ଧ୍ର । ନିର୍ବାଚିତ ପ୍ରତିନିଧିଙ୍କୁ ବିପୁଳ ସ୍ୱାଗତ ।

କନକ ବ୍ୟୁରୋ : କୋଟିଆ ଘଟଣା ସମ୍ପର୍କରେ ଏକ ଅଭାବନୀୟ ଘଟଣା ଘଟିଛି । ଆନ୍ଧ୍ର କରିଥିବା ନିର୍ବାଚନରେ, କୋଟିଆରେ ନିର୍ବାଚିତ ପ୍ରତିନିଧି ମାନେ ଆନ୍ଧ୍ର ଯାଇ ଏକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ପ୍ରକୃତରେ ଆନ୍ଧ୍ର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଏହି ଆୟୋଜନ କରାଯାଇଥିଲା ।…

ଚାଲ ଚିଲିକା ଯିବା, ବିଦେଶୀ ପକ୍ଷୀଙ୍କୁ ପାଖରୁ ଦେଖିବା । ଶୀତ ପାଇଁ ଲାଗିଲାଣି ଅତିଥୀଙ୍କ ଭିଡ…

କନକ ବ୍ୟୁରୋ: କୁହାଯାଏ କୁମାର ପୂର୍ଣ୍ଣିମା ପରେପରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୁଏ । ଶୀତ ଆସିଲା, ଅତିଥି ବି ଆସିଲେ । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଉଡଉଡି ଆସିଲେଣି ବିଦେଶୀ ଅତିଥି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି…

ଅନଲାଇନରେ ଚିଟଫଣ୍ଡ କେଳେଙ୍କାରୀର ସାଂଘାତିକ ତଥ୍ୟ । ୯୦ ପ୍ରତିଶତ ସୁଧ ଦେବାକୁ କହି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ଅନଲାଇନରେ ଚିଟଫଣ୍ଡ ଠକେଇ । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି । ୧୦ଦିନରେ ୯୦ପ୍ରତିଶତ ସୁଧ ଦିଆଯିବ ବୋଲି କିଛି ନିର୍ଦ୍ଧିଷ୍ଟ ସଂସ୍ଥା ପକ୍ଷରୁ ଦାବି କରାଯାଇଥିଲା । ଏବଂ ଏହି ଲୋଭରେ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ । କିନ୍ତୁ ପରେ ଜଣାପଡିଲା ଏହା ଏକ ଠକ…