Daily Archives

September 28, 2021

କାଶ୍ମୀରରୁ ଲଦାଖକୁ ତିଆରି ହେଉଛି ସବୁଠୁ ଲମ୍ବା ସୁଡ଼ଙ୍ଗ । ୧୪ କିଲୋମିଟର ଜୋଜିଲା ଟନେଲରୁ ସ୍ଥିତି ପରଖିଲା କନକ ନ୍ୟୁଜ୍…

କନକ ବ୍ୟୁରୋ : ଜାମ୍ମୁ-କଶ୍ମୀର ଓ ଲେହ-ଲଦାଖର ଲାଇଫ ଲାଇନ ପାଲଟିବ ଦୁର୍ଗମ ଅଞ୍ଚଳରେ ନିର୍ମାଣ ହେଉଥିବା ଜୋଜିଲା ଟନେଲ । ଶ୍ରୀନଗର ସହିତ ଲଦାଖକୁ ସଂଯୋଗ କରୁଥିବା ଏହି ସୁଡଙ୍ଗ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଯେତିକି ଗୁରୁ୍ତ୍ୱପୂର୍ଣ୍ଣ ଅର୍ଥନୈତିକ ଦୃଷ୍ଟିକୋଣରୁ ବି ସେତିକି ଗୁରୁତ୍ୱପୂର୍ଣ୍ଣ ।…

କେମିତି ହେଲା ବଳଙ୍ଗା ଥାନାରେ ବିସ୍ଫୋରଣ ? ପୋଲିସର ଦାୟିତ୍ୱହୀନତାକୁ ନେଇ ଉଠିଲା ଅନେକ ପ୍ରଶ୍ନ ।

କନକ ବ୍ୟୁରୋ : ଯେଉଁ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି, ସବୁଠାରୁ ଅଧିକ ସମ୍ବେଦନଶୀଳ ବୁଥ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି । ସେହି ନିର୍ବାଚନ ମଣ୍ଡଳୀରେ ଆସୁଥିବା ଗୋଟିଏ ଥାନା ବିସ୍ଫୋରଣରେ ଉଡିଯିବା, ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ଥାନାରେ…

ପଞ୍ଜାବ ବିପକ୍ଷରେ ଟସ୍ ଜିତିଲା ମୁମ୍ବାଇ । ବୋଲିଂ କରିବାକୁ ନେଲା ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେବାକୁ ଯାଉଛନ୍ତି ମୁମ୍ବାଇ-ପଞ୍ଜାବ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ମୁମ୍ବାଇ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ଆମନ୍ତ୍ରଣ ପାଇଛି ପଞ୍ଜାବ । ଉଭୟ ଦଳ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଆଜିର…

ରାଣାଙ୍କ ରୋମାଞ୍ଚକର ବ୍ୟାଟିଂ । ଦିଲ୍ଲୀକୁ ୩ ୱିକେଟରେ ହରାଇଲା କୋଲକାତା ।

କନକ ବ୍ୟୁରୋ : ଦିଲ୍ଲୀ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି କୋଲକାତା । ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ମାତ୍ ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ଶୁଭମାନ ଗିଲ୍ ଏବଂ ନିତିଶ ରାଣାଙ୍କ ଦମଦାର ବ୍ୟାଟିଂ ବଳରେ ମ୍ୟାଚ୍ ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି କୋଲକାତା ।…

ଆଇପିଏଲ ବଦଳାଇଦେଲା ଜୀବନ । ବାରିକ ବନିଲେ କୋଟିପତି । ଜିତିଲେ ୧ କୋଟି ଟଙ୍କା।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ଆଇପିଏଲରେ ବିଶ୍ୱର ବହୁ ବଡବଡ ଖେଳାଳିଙ୍କୁ ଦେଖିବାକୁ ମିଳେ । ଏହାର କାରଣ ହେଉଛି, ଏହି ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ହେଲେ ଏବେ ଆଇପିଏଲରୁ ଜଣେ ସାଧାରଣ ଲୋକ ହୋଇଛନ୍ତି…

ଅଧପନ୍ତରିଆ ହୋଇ ପଡ଼ିରହିଛି ଡ୍ରେନ୍ କାମ । ଲୁହା ରଡରେ ବାଉଁଶ ବାନ୍ଧି ଶୋଇପଡ଼ିଛି ବିଏମସି ।

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ଠିକ୍ ୫୦୦ ମିଟର ଦୂରରେ ରହିଛି ମରଣଯନ୍ତା । ସିଟି ହାଇସ୍କୁଲ ଖେଳ ପଡ଼ିଆ ଠାରୁ ଆମ୍ବ ମାର୍କେଟ ପର୍ଯ୍ୟନ୍ତ ରାସ୍ତା କାମ ବର୍ଷ ବର୍ଷ ଧରି ଅଧାରେ ଅଟକିଛି । ଆଉ ସେହି ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯିବା ଆସିବା କରୁଛନ୍ତି…